ଦୁଃଖ ଖବର: ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ

ନୂଆଦିଲ୍ଳୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଅଭିନେତା ଅତୁଲ ପରଚୁରେଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଅତୁଲଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ଜଣେ ଅଭିନେତା-କମେଡ଼ି ଭାବେ ଅତୁଲ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ । ଅତୁଲଙ୍କ ଅଚାନକ ବିୟୋଗରେ ତାଙ୍କର ଅଗଣିତ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି । ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ଅନେକ ହିନ୍ଦି ଫିଲ୍ମ ଓ ଟିଭି ସିରିଏଲରେ ଅତୁଲ ଦୀର୍ଘ ବର୍ଷ ଧରି କାମ କରିଆସିଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ପର କରି ଏକ ଅଜଣା ରାଇଜକୁ ଚାଲିଯାଇଛନ୍ତି ।

ଅତୁଲ ଦୀର୍ଘ ସମୟ ଧରି କର୍କଟ ରୋଗ ସହ ଲଢ଼େଇ କରିଆସୁଥିଲେ । ତେବେ କ୍ୟାନ୍ସରରୁ ମୁକ୍ତ ହେବା ପରେ ଅତୁଲ ପୁନର୍ବାର ବଡ଼ ଉତ୍ସାହ ସହିତ ଫିଲ୍ମ ଜଗତକୁ ଫେରିଥିଲେ । ସେ ଅନେକ ମରାଠୀ ନାଟକରେ ଅଭିନୟ କରି ନିଜର ବଳିଷ୍ଠ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଅତୁଲଙ୍କ ଅଚାନକ ବିୟୋଗ ପରେ ମରାଠୀ ଫିଲ୍ମ ଜଗତ ସମେତ ହିନ୍ଦି ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିକୁ ଲାଗିଛି ଏକ ଗଭୀର ଝଟକା । ସେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ‘ବିଲୁ’, ସଲମାନ ଖାନଙ୍କ ‘ପାର୍ଟନର’, ଅଜୟ ଦେବଗନଙ୍କ ‘ଅଲ ଦି ବେଷ୍ଟ’ ପରି ବହୁ ହିଟ୍ ଫିଲ୍ମରେ କାମ କରିଥିଲେ । ତେବେ ତାଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Get real time updates directly on you device, subscribe now.