fbpx
BSKY
BJD YOUTH SKY
BJD MS SKY

ପରଲୋକରେ ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ

ବାଲେଶ୍ୱର,୮ା୫(ଓଡିଶା ଭାସ୍କର): ଓଲିଉଡ ଜଗତର ଦିବଂଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ ଶାନ୍ତିଲତା ମହାନ୍ତିଙ୍କର ଆଜି ପରଲୋକ ହୋଇଛି । ଅନକେ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶାନ୍ତଲତା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ନିକଟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆଜି ସକାଳ ୬ଟା ୪୮ ରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଶାନ୍ତିଲତାଙ୍କୁ ୯୬ ବର୍ଷ ହୋଇଥିବା ଜଣାପଡିଛି ।

ତେବେ କାଭିଡ ନିୟମ ଅନୁାୟୀ ସ୍ଥାନୀୟ ଅସ୍ତପୁର ଶ୍ମଶାନରେ ଶାନ୍ତିଲତାଙ୍କର ଅନ୍ତିମ ସଂସ୍କାର କରାଇଥିଲା । ଏହି ସମୟରେ ସାନପୁଅ ଅଜୟ ମହାନ୍ତି, ବଡ଼ ଝିଅ ସୁଶୋଭିତା ପଟ୍ଟନାୟକ, ସାନ ଝିଅ ସୁଜତା ଦାସଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଅର୍ଥାତ ୨୦୨୦ ଜୁଲାଇ ୨୦ ତାରିଖରେ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା । ସେ ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

Get real time updates directly on you device, subscribe now.