fbpx

ହସ୍ପିଟାଲରୁ ୨୩ ଜଣ କରୋନା ରୋଗୀ ଫେରାର

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ହସ୍ପିଟାଲରୁ ୨୩ ଜଣ କରୋନା ରୋଗୀ ଫେରାର । ଏଭଳି ଘଟଣା ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଘଟିଛି । ମିଳିଥିବା ସୂଚନା ଅନୁସାରେ , ଏପ୍ରିଲ ମାସ ୧୯ ତାରିଖରୁ ମେ’ ମାସ ୬ ତାରିଖ ମଧ୍ୟରେ ୨୩ଜଣ କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଖସି ପଳାଇଥିବା ଜଣାପଡିଛି । ଉତ୍ତର ଦିଲ୍ଲୀରେ ଥିବା ହିନ୍ଦୁ ରାଓ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକ ମିଳିଛି ।ତେବେ ହସ୍ପିଟାଲରୁ କରୋନା ରୋଗୀ ଚାଲିଯିବା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ । କାହାକୁ ନଜଣାଇ ଡାକ୍ତରଖାନାରେ ଭର୍ତ୍ତି ଥିବା ୨୩ଜଣ କରୋନା ରୋଗୀ ଚାଲିଯାଇଥିବା ଜଣାପଡିଛି ।

ଏନେଇ ଉତ୍ତର ଦିଲ୍ଲୀର ମେୟର ଜୟ ପ୍ରକାଶ କହିଛନ୍ତି ଯେ, ଖସି ପଳାଇଥିବା ୨୩ଜଣଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୁଲିସକୁ କୁହାଯାଇଛି । ଏହା କେବଳ ହିନ୍ଦୁ ରାଓ ହସ୍ପିଟାଲରେ ନୁହେଁ ସରକାରୀ ହସ୍ପିଟାଲରେ ମଧ୍ୟ ଘଟୁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.