fbpx

‘ଡିସ୍କୋ ଡ୍ୟାନ୍ସର’ ମିଥୁନ ଚକ୍ରବର୍ତ୍ତୀ କରୋନା ପଜିଟିଭ ଚିହ୍ନଟ

Advertisement

ମୁମ୍ବାଇ ୨୭ ।୪ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢି ଚାଲିଛି । କରୋନାର ଦ୍ୱିତୀୟ ଲହର ସମସ୍ତଙ୍କ ଲାଗି ଘାତକ ସାଜିଛି । ହସ୍ପିଟାଲରେ ବେଡ୍ , ଅକ୍ସିଜେନ ଏବଂ ଔଷଧର ପରିମାଣ କମ୍ ଥିବା ନେଇ ସୂଚନା ମଧ୍ୟ ମିଳୁଛି । ସେପଟେ କରୋନାରେ ସବୁଠାରୁ ଅଧିକ ମହାରାଷ୍ଟ୍ର ପ୍ରଭାବିତ ହୋଇଛି । ମହାରାଷ୍ଟ୍ରର ସାଧାରଣ ଜନତାଙ୍କ ସହ ବଲିଉଡ ସେଲିବ୍ରେଟି ମଧ୍ୟ କରୋନା କବଳରୁ ବଞ୍ଚିପାରୁ ନାହାନ୍ତି । ଏନେଇ ଆଜି ‘ଡିସ୍କୋ ଡ୍ୟାନ୍ସର’ ଭାବେ ପରିଚିତ ତଥା ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କହିଛନ୍ତି କି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ ନିଜ ଘରେ ନିଜକୁ କ୍ୱାରଣ୍ଟାଇନ୍ କରି ରଖିଛନ୍ତି । ଏହି କରୋନା ମହାମାରୀରେ ଅନେକ ଷ୍ଟାର ସଂକ୍ରମିତ ହୋଇଛନ୍ତି । କେତେ ଜଣଙ୍କ ହେହାନ୍ତ ହୋଇଥିବା ବେଳେ ଆଉ କେତେ ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.