fbpx

ମେଡିକାଲରେ ଭର୍ତ୍ତି ହେଲେ ସୈଫ ଅଲ୍ଲୀ ଖାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଅଭିନେତାଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୈନିକ ଭାସ୍କରର ରିପୋର୍ଟ ଅନୁଯାୟୀ ତାଙ୍କର ଆଣ୍ଠୁ ଏବଂ କାନ୍ଧରେ ଫ୍ୟାକ୍ଚର ହୋଇଛି ।

ତାଙ୍କ ଆଣ୍ଠୁରେ ସର୍ଜରୀ କରାଯାଇଥିବା କୁହାଯାଉଛି । ତେବେ ସୈଫ କିପରି ଆହତ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ମେଡିକାଲରେ ତାଙ୍କ ଅଭିନେତ୍ରୀ ପତ୍ନୀ କରୀନା କପୁର ଖାନ ମଧ୍ୟ ଉପସ୍ଥିତ ଅଛନ୍ତି ।

ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଦେବରା ରେ କାମ କରୁଛନ୍ତି । ଏଥିରେ ସେ ଭହିରା ଚରିତ୍ରରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜୁନିଅର ଏନଟିଆର ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ସୁଟିଂ ସମୟରେ ସୈଫ ଅଲ୍ଲୀ ଖାନ ଆହତ ହୋଇଥିଲେ ମଧ୍ୟ ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

Get real time updates directly on you device, subscribe now.