fbpx

Video: ଓସ୍କାର ମଞ୍ଚ ପାଲଟିଲା ରଣକ୍ଷେତ୍ର: ପତ୍ନୀଙ୍କୁ କମେଣ୍ଟ କରିବାରୁ ହୋଷ୍ଟଙ୍କୁ ଚାପୁଡ଼ା ମାରିଲେ ଅଭିନେତା ୱିଲ ସ୍ମିଥ

ନୂଆଦିଲ୍ଲୀ: ଚଳିତ ବର୍ଷର ଓସ୍କାର ଉତ୍ସବରେ ଦେଖିବାକୁ ମିଳିଛି ଜବରଦସ୍ତ ଲଢ଼େଇ । ଉତ୍ସବର ହୋଷ୍ଟ କରୁଥିବା କ୍ରିସ ରକଙ୍କୁ ଚାପୁଡ଼ା ମାରିଛନ୍ତି ଅଭିନେତା ୱିଲ ସ୍ମିଥ । ସ୍ମିଥଙ୍କ ପତ୍ନୀଙ୍କୁ ନେଇ କିଛି ମଜାଳିଆ କମେଣ୍ଟ କରିଥିଲେ ରକ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ଫିଲ୍ମ ଜି.ଆ. ଜାନେକୁ ନେଇ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଡ ସ୍ମିଥଙ୍କୁ ଥଟ୍ଟା କରିଥିଲେ ରକ । ରକ କହିଥିଲେ ଯେ, ଜେଡାଙ୍କ ମୁଣ୍ଡରେ ଚୁଟି ନଥିବାରୁ ତାଙ୍କୁ ଉକ୍ତ ଫିଲ୍ମରେ କାମ ମିଳିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପାଇଁ କେବଳ ଜେଡା ନିଜର ମୁଣ୍ଡର ଚୁଟି କାଟିଥିଲେ । କିନ୍ତୁ ବାସ୍ତବରେ ଜେଡା ଆଲୋପେସିଆ ନାମକ ଏକ ଚନ୍ଦାପଣ ବୀମାରୀରେ ଆକ୍ରାନ୍ତ ଅଛନ୍ତି ।

ତେବେ ଏହି ମଜାଳିଆ କମେଣ୍ଟକୁ ସହ୍ୟ କରିପାରିଥିଲେ ସ୍ମିଥ । ସେ ତାଙ୍କ ସିଟରୁ ଉଠିଯାଇ ହୋଷ୍ଟ ରକଙ୍କୁ ଏକ ଶକ୍ତ ଚାପୁଡ଼ା କଷି ଦେଇଥିଲେ । ମୋ ପତ୍ନୀଙ୍କ ନାମ ଦ୍ୱିତୀୟ ଥର ନେବ ନାହିଁ ବୋଲି ଚେତାବନୀ ଦେଇଥିଲେ ସ୍ମିଥ । ରକ ମଧ୍ୟ ଏପରି ପୁନର୍ବାର ନ କରିବାକୁ କହିଥିଲେ । ତେବେ ଏହି ଘଟଣାକୁ ନେଇ ୨୦୨୨ର ଓସ୍କାର ସମାରୋହ ସ୍ଥଳରେ ଉପସ୍ଥିତ ଥିବା ଦର୍ଶକମାନେ ହତବାକ୍ ହୋଇଯାଇଥିଲେ । କେଇ ମିନିଟ ମଧ୍ୟରେ ସ୍ମିଥ ଓ ରକଙ୍କୁ ନେଇ ଟ୍ୱିଟର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.