fbpx
BJD
BJD SKY
BJD SKY

ସରକାରଙ୍କୁ ପୁଣି ଘାରିଲା କରୋନା ଚିନ୍ତା: ଏହି ସହରରେ ଲାଗିବାକୁ ଯାଉଛି ଲକଡାଉନ୍

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନ ପୁଣି ଥରେ ମହାମାରୀ କବଜାକୁ ଆସିଛି । କରୋନାର ଓମିକ୍ରନ ଭାରିଆଣ୍ଟର ବଢ଼ୁଥିବା ମାମଲାକୁ ନେଇ ସରକାର ଏବେ ଚିନ୍ତାରେ ପଡିଛନ୍ତି । ଚୀନର ଆର୍ଥିକ ରାଜଧାନୀ ଶାଙ୍ଘାଇରେ ଲଗାତାର ନୂଆ କେସ୍ ଚିହ୍ନଟ ହେଉଛି, ଏଥିରୁ ମୁକୁଳିବା ପାଇଁ ସରକାର ସେଠାରେ ଲକଡାଉନ୍ ଲଗାଇବାକୁ ଘୋଷଣା କରିଛନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର ଶାଙ୍ଘାଇ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ନିଜର ପୂର୍ବଭାଗ ବନ୍ଦ କରିଦେବ । ଏହା ପରେ ୧ ଏପ୍ରିଲରୁ ତାହାର ପଶ୍ଚିମ ଭାଗରେ ଏହିପରି ଲକଡାଉନ୍ ଲାଗିବ । ତେବେ ଶାଙ୍ଘାଇ୨୫ ମିଲିଅନ୍ ଜନସଂଖ୍ୟା ବିଶିଷ୍ଟ ମହାନଗର, ଯାହାକି ସଂକ୍ରମଣର ହଟସ୍ପଟ୍ ପାଲଟିଛି । ମାର୍ଚ୍ଚର ଆରମ୍ଭରୁ ସେଠାରେ କରୋନା ମହାମାରୀ ମାମଲା ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ, ରବିବାର ଦିନ ସେଠାରେ ୪,୫୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଏହା ପୂର୍ବରୁ ଅଧିକାରୀମାନେ ଲକଡାଉନ ଲାଗୁ କରିବାକୁ ମନା କରିଥିଲେ, କିନ୍ତୁ ପରିସ୍ଥିତି ଦେଖି ସେଠାରେ ଲକଡାଉନ୍ ଲାଗୁ କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.