fbpx

ଚୀନ ଅରବପତିଙ୍କୁ ପଛରେ ପକାଇଲେ ଗୌତମ ଅଦାନୀ, ଏବେ ମୁକେଶ ଅମ୍ବାନୀଙ୍କ ପାଳି

Advertisement

ନୂଆଦିଲ୍ଲୀ ୧୯ ।୦୫: ଯେବେ ଦେଶର ସବୁଠୁ ବଡ ଧନୀ ବ୍ୟକ୍ତିଙ୍କ ଚର୍ଚ୍ଚା ହୁଏ ତେବେ ସ୍ୱତଃପ୍ରବୃତ ଭାବେ ସର୍ବ ପ୍ରଥମେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ନାମ ଆସିଥାଏ । ଏହା ପରେ ଆସିଥାଏ ଗୌତମ ଅଦାନୀଙ୍କ ନାମ। ମାତ୍ର ଆଗକୁ ଏହି ତାଲିକାରେ ବଡ ପରିବର୍ତନ ଦେଖିବାକୁ ମିଳିପାରେ । ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀଙ୍କ ସଂପତିରେ ୩୨.୧ ଅରବ ଡଲାର ବୃଦ୍ଧି ଘଟିଛି। ଦୁନିଆର ଦ୍ୱିତୀୟ ସବୁଠୁ ବିତଶାଳୀ ବ୍ୟକ୍ତି ଆରନଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି । କାରଣ କୌଣସି ବ୍ୟକ୍ତିଙ୍କ ସଂପତିରେ ଏତେ ପରିମାଣରେ ବୃଦ୍ଧି ଘଟିନାହିଁ ଯେତିକି ଅଦାନୀଙ୍କ ସଂପତିରେ ଦେଖିବାକୁ ମିଳିଛି ।

ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସର ସଦ୍ୟତମ ତଥ୍ୟ ଅନୁଯାୟୀ, ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ସଂପତି ମଧ୍ୟରେ ଏବେ ୧୦ ଅରବର ବ୍ୟବଧାନ ରହିଛି। ସଂପ୍ରତି ଗୌତମ ଅଦାନୀ ଭାରତ ସହିତ ଏସିଆର ଦ୍ୱିତୀୟ ବିତଶାଳୀ ବ୍ୟକ୍ତି। ନିକଟରେ ସେ ଚୀନର ଝୌଙ୍ଗ ସ୍ୟାନସନଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ବ୍ଲୁମର୍ଗର ଇଣ୍ଡେକ୍ସରେ ଚୀନ ଉଦ୍ୟୋଗପତି ସ୍ୟାନସନ ଦୁନିଆର ଅରବପତିଙ୍କ ତାଲିକାରେ ୧୭ତମ ସ୍ଥାନକୁ ଖସି ଆସିଛନ୍ତି । ଏହି ତାଲିକାରେ ଅମ୍ବାନୀ ୧୩ତମ ଏବଂ ଅଦାନୀ ୧୪ତମ ସ୍ଥାନରେ ରହିଛନ୍ତି । ମୁ୍‌କେଶ ଅମ୍ବାନୀଙ୍କ ସଂପତିର ପରିମାଣ ୭୬.୩ ବିଲିୟନ ଡଲାର ରହିଥିବା ବେଳେ ଅଦାନୀଙ୍କ ମୋଟ୍ ସଂପତିର ପରିମାଣ ୬୬ ବିଲିୟନ ଡଲାର ରହିଛି । ଶୀର୍ଷରେ ଅଛନ୍ତି ଆମାଜନର ମାଲିକ ଜେଫ ବୋଜେସ ।

ଗୌତମ ଅଦାନୀଙ୍କ ସଂପତି ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ତିନି ମାସରେ ତାଙ୍କ ସଂପତିରେ ଦୁଇ ଗୁଣ ବୃଦ୍ଧି ଘଟିଛି । ଏହି କାରଣରୁ ସେ ଦୁନିଆର ଅରବପତିଙ୍କ ତାଲିକାରେ ୨୦ଟି ସ୍ଥାନ ଲମ୍ପ ମାରି ୧୪ତମ ସ୍ଥାନରେ ପହଂଚିବାରେ ସଫଳ ହୋଇଛନ୍ତି । ତାଙ୍କ ସଂପତିର ପରିମାଣ ଯେଉଁ ଗତିରେ ବଢିବାରେ ଲାଗିଛି, ଆଗାମୀ ସମୟରେ ସେ ଖୁବ୍ ଶୀଘ୍ର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେବାର ସମ୍ଭାବନା ରହିଛି ।

 

Get real time updates directly on you device, subscribe now.