fbpx
BJD
BJD SKY
BJD SKY

ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା, ଚିଠି ଲେଖିଲେ ଏସିଏସ୍

ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ କରୋନା ଟିକା । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟ ସରକାର ଜନସାଧାରଣଙ୍କ ଟିକାକରଣକୁ ଗୁରୁତ୍ୱ ଦେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ କୋଭିଡ୍ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକ, ପୋଲିସଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ମହଜୁଦ ନଥିବାରୁ ସରକାର ବିଶ୍ୱ ବଜାରରୁ ଟିକା କିଣିବା ନେଇ ପୂର୍ବରୁ ଟେଣ୍ଡର ଆହ୍ୱାନ କରିଥିଲେ । ରାଜ୍ୟରେ ସଂକ୍ରମଣ କମୁନଥିବାରୁ ପୁଣି ଲକଡାଉନ ଅବଧିକୁ ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ରାଜ୍ୟରୁ ୧୧୦୯୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରେଣ୍ଟାଇନରୁ ଓ ୪୮୮୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.