fbpx

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶିଲା କରୋନା: ୨ ଡାକ୍ତର ଓ ୩ ନର୍ସ କୋଭିଡ୍‌ ପଜିଟିଭ୍‌, ଅନ୍ୟ କର୍ମଚାରୀଙ୍କ ମନରେ କୋକୁଆ ଭୟ

ଭୁବନ (ଆ.ପ୍ର) : ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶିଲା କରୋନା  । ୨ ଜଣ ଡାକ୍ତରଙ୍କ ସମେତ ୩ ଜଣ ଷ୍ଟାପନର୍ସ କୋଭିଡ ପଜିଟିଭରେ ସଂକ୍ରମିତ ହୋଇଛନ୍ତିା ଅନ୍ୟ କେତେକ କର୍ମଚାରୀ ମଧ୍ୟ ଥଣ୍ଡା ଜରରେ ପୀଡିତ ଥିବାରୁ ଭାଳେଣି ପଡିଛି । ମହାମାରୀ କରୋନା ସମୟରେ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହେବା ପରେ ଭୁବନବାସୀଙ୍କୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ହେବ ଆଉ ଟିକାକରଣ କେମିତି ହେବ ସେ ନେଇ ସନ୍ଦେହ ପ୍ରକାଶ ପାଇଛି ।

ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ସୁଜାତା ରାଣୀ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଭୁବନ ଡାକ୍ତରଖାନାରେ ସମୁଦାୟ ୫ ଜଣ କୋଭିଡରେ ସଂକ୍ରମିତ ହୋଇଥିବା ମୁଁ ଖବର ପାଇଛି । ସଂକ୍ରମିତ ଡାକ୍ତର ଓ ନର୍ସଙ୍କୁ ଛୁଟିରେ ଅଛନ୍ତି । ସଂସ୍ପର୍ଶରେ ଆସିଥିବା କର୍ମଚାରୀ ମାନେ ତୁରନ୍ତ ସେମାନଙ୍କର ପରୀକ୍ଷା କରାଇ ସତର୍କତା ଅବଲମ୍ବନ କରିବାକୁ କହିଛି ।

ଡାକ୍ତର ଓ ନର୍ସଙ୍କୁ କରୋନା ହୋଇଥିବା ସମ୍ପର୍କରେ ଭୁବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୋ ପାଖକୁ କୌଣସି ଚିଠି ଆସିନାହିଁ । ଚିଠି ମିଳିବା ପରେ ଲୋକଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ଏବଂ ସାମାନ୍ୟ ରୋଗ ପାଇଁ କିମ୍ବା ଟିକା ବେବାପାଇଁ ଡାକ୍ତରଖାନାରେ ଅଯଥା ଗହଳି ନକରିବାକୁ ସିଡିଏମଓ ଶ୍ରୀମତୀ ମିଶ୍ର ଭୁବନବାସୀଙ୍କୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.