GD Foodsକୁ କିଣିବାକୁ ଯାଉଛି ଅଦାନୀ ୱିଲମାର, ଜାଣନ୍ତୁ କ’ଣ ରହିଛି ଏହାର ବ୍ୟବସାୟ ଉଦ୍ଦେଶ୍ୟ

'Tops' ବ୍ରାଣ୍ଡକୁ ଅପରେଟ କରୁଥିବା GD Foodsକୁ କିଣିବ ଅଦାନୀ ୱିଲମାର

ନୂଆଦିଲ୍ଲୀ: ଦୈନନ୍ଦିନ ରୋଷେଇରେ ବ୍ୟବହୃତ ହେଉଥିବା ଜିନିଷକୁ ପ୍ରସ୍ତୁତ କରୁଥିବା ଅନ୍ୟତମ କମ୍ପାନୀ ‘Tops’ । ବର୍ତ୍ତମାନ ଅଦାନୀ ୱିଲମାର ଲିମିଟେଡ କହିଛି ଯେ, ସେ ‘Tops’ ବ୍ରାଣ୍ଡର ସଞ୍ଚାଳନ କରୁଥିବା କମ୍ପାନୀ ଜିଡି ଫୁଡ୍ସକୁ କିଣିବ।

ଫର୍ଚୁନ ବ୍ରାଣ୍ଡର ଖାଦ୍ୟ ତୈଳ ଏବଂ ଅନ୍ୟ ଖାଦ୍ୟ ଉତ୍ପାଦକୁ ବିକ୍ରି କରେ ଅଦାନୀ ୱିଲମାର। ତେବେ ବର୍ତ୍ତମାନ ସେୟାର ବଜାରକୁ ସୂଚନା ଦେଇ ଅଦାନୀ ୱିଲମାର କହିଛି ଯେ, ସେ ଜିଡି ଫୁଡ୍ସ ମ୍ୟାନୁଫ୍ୟାକ୍‌ଚରିଂ ପ୍ରାଇଭେଟ ଲିମିଟେଡ କିଣିବା ପାଇଁ ଏକ ଡିଲ୍‌ରେ ସାଇନ୍ କରିଛି।

ଏହାକୁ ସେ କିସ୍ତି ଆକାରରେ କିଣିଛି। ଏଥିରେ ୮୦ ପ୍ରତିଶତ ସେୟାର ପ୍ରଥମ କିସ୍ତିରେ ଦିଆଯିବା ସହ ଶେଷ ୨୦ ପ୍ରତିଶତ ସେୟାର ଆଗାମୀ ୩ ବର୍ଷ ମଧ୍ୟରେ ଦିଆଯିବ।

ଏତିକି ଦୋକାନରେ ବିକ୍ରି ହେଉଛି ‘Tops’ ବ୍ରାଣ୍ଡର ଜିନିଷ: ଆର୍ଥିକ ବର୍ଷ ୨୦୨୩-୨୪ରେ ଜିଡି ‘Tops’ ୩୮୬ କୋଟି ଟଙ୍କାର ରେଭେନ୍ୟୁ ରୋଜଗାର କରିଥିଲା। ଏହାର ଟ୍ୟାକ୍ସ ଏବଂ ଇନକମ ବିଫୋର ଇଣ୍ଟରେଷ୍ଟ ୩୨ କୋଟି ଟଙ୍କା ଥିଲା।

ଅଦାନୀ ୱିଲମାର କହିଛି ଯେ, ଏହି କମ୍ପାନୀକୁ କିଣି ସେମାନେ ବ୍ୟବସାୟକୁ ପ୍ରସାରିତ କରିବେ। ୧୯୮୪ ମସିହାରେ ସ୍ଥାପିତ ହୋଇଥିବା ଏହି ଜିଡି ଫୁଡ୍ସର ବ୍ରାଣ୍ଡ ‘ଟପ୍ସ’ ଗତ ୪୦ ବର୍ଷରେ ଉତ୍ତର ପ୍ରଦେଶରେ ଏକ ଘରୋଇ ବ୍ରାଣ୍ଡ ଭାବେ ପରିଚିତ।

ଏହି କମ୍ପାନୀର ବିକ୍ରି ମୁଖ୍ୟଭାବେ ଉତ୍ତର ପ୍ରଦେଶର ସାତୋଟି ଜିଲ୍ଲାରେ ହୋଇଥାଏ। ଏଠାରେ ପ୍ରାୟତଃ ୧,୫୦,୦୦ରୁ ଅଧିକ ଦୋକାନରେ ଏହି ବ୍ରାଣ୍ଡ ବିକ୍ରି ହୁଏ।