fbpx

ଅଟା ଦଳିବା ସମୟରେ ମିଶାନ୍ତୁ ଏହି ୨ଟି ଜିନିଷ, ରହିବନି ଗ୍ୟାସ ଏସିଡିଟିର ସମସ୍ୟା

ବର୍ଷା ଋତୁ ଆସିବା ମାତ୍ରେ ଅନେକ ପ୍ରକାରର ରୋଗ ହେବାକୁ ଆରମ୍ଭ କରିଥାଏ । ତେବେ ଏହି ଋତୁରେ ହଜମ ପ୍ରକ୍ରିୟା ବହୁତ ଧୀର ହୋଇଯାଏ । ଏପରି ପରିସ୍ଥିତିରେ ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ଯେତେବେଳେ ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ, ପେଟ ସଫା ହୁଏ ନାହିଁ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଆରମ୍ଭ ହୁଏ । ଯଦି ସକାଳେ ପେଟ ସଫା ନଥାଏ ତେବେ ଦିନସାରା କିଛି ଭଲ ଲାଗେ ନାହିଁ ।

 

ଯଦି ଆପଣ ମଧ୍ୟ କୋଷ୍ଠକାଠିନ୍ୟରେ ସମସ୍ୟା ଯୋଗୁ ଅସୁବିଧାରେ ପଡୁଛନ୍ତି, ତେବେ ଆପଣ ରୁଟି ତିଆରି କରିବାରେ କିଛି ଚେଞ୍ଜ କରନ୍ତୁ । ଯେପରି ରୁଟି ପାଇଁ ଅଟା ଚକୁଡିବା ବେଳେ ସେଥିରେ କିଛି ଯୁଆଣି ଏବଂ ଓଡ୍ସ ମିଶାନ୍ତୁ । ଏହା ଆପଣଙ୍କ ପେଟକୁ ସଫା ରଖିବ ଏବଂ ଗ୍ୟାସ ଏସିଡିଟିର ସମସ୍ୟା ହେବ ନାହିଁ । ତେବେ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ ଯୁଆଣି ଏବଂ ଓଡ୍ସ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥାଏ । ତାହେଲେ ଆସନ୍ତୁ ଏହି ଦୁଇଟି ଜିନିଷକୁ କିପରି ଅଟାରେ ମିଶାଇବେ ଜାଣିବା ।

 

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଘରୋଇ ଉପଚାର :

ଅଟାରେ ଯୁଆଣି ମିଶାଇବାର ଲାଭ : କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ଅଟା ଚକୁଡିବା ସମୟରେ ଯୁଆଣି ମିଶାନ୍ତୁ । ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବ ଏବଂ ଗ୍ୟାସ ଏସିଡିଟି ସମସ୍ୟାକୁ ମଧ୍ୟ କମ୍‌ କରିବ । ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଯୁଆଣିରେ ମିଳିଥାଏ, ଯାହା ଅନ୍ତନଳୀକୁ ସୁସ୍ଥ କରିବାରେ ସାହାଯ୍ୟ କରିଥାଏ । ଅଟାରେ ଯୁଆଣି ମିଶାଇ ରୁଟି ତିଆରି କରି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇପାରେ । ଏହା ବ୍ୟତୀତ ଯୁଆଣିରେ ତିଆରି ରୁଟି ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ହୋଇଥାଏ ।

 

ଏଥିପାଇଁ ଆପଣଙ୍କୁ ୧ କପ୍ ଅଟାରେ ପ୍ରାୟ ୨ ଚାମଚ ଯୁଆଣି ମିଶାଇବାକୁ ପଡିବ । ଏହା ସହ ଯଦି ଆପଣ ଯୁଆଣି ମଞ୍ଜି ଆପଣଙ୍କ ପାଟିରେ ଆସିବାକୁ ପସନ୍ଦ କରନ୍ତି ନାହିଁ, ତେବେ ଏହାକୁ ହାଲୁକା ଭାବରେ ଭଜି ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ । ତା’ପରେ ଅଟା ଚକୁଡିବା ସମୟରେ ଏହାକୁ ମିଶାନ୍ତୁ । ଆପଣ ଏପରି ମଧ୍ୟ ଯୁଆଣିକୁ ଅଟାରେ ମିଶାଇ ରଖିପାରିବେ । ଏହି ଅଟାରେ ଆପଣ ରୁଟି, ପରଟା କିମ୍ବା ଚିଲା ତିଆରି କରି ଖାଇପାରିବେ ।

 

ଅଟାରେ ଓଡ୍ସ ମିଶାଇବାର ଲାଭ : କୋଷ୍ଠକାଠିନ୍ୟର ମୁଖ୍ୟ କାରଣ ହେଉଛି ଶରୀରରେ ଫାଇବରର ଅଭାବ । ଏପରି ଭାବେ ଓଡ୍ସରୁ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ । ଯଦି ଆପଣ କୋଷ୍ଠକାଠିନ୍ୟ ସମସ୍ୟାରେ ପଡ଼ନ୍ତି, ତେବେ ଅଟାରେ ଓଡ୍ସ ମିଶାନ୍ତୁ । ଏହା ପେଟକୁ ସଫା ରଖିବ ଏବଂ ଶରୀରକୁ ସହଜରେ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିବ । ଏହି ଅଟାରୁ ତିଆରି ରୁଟି ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ ।

 

ଓଡ୍ସରେ ଫାଇବର ଭରପୂର ଥାଏ । ପେଟ ଏବଂ ହଜମ ପାଇଁ ଓଡ୍ସ ଭଲ ବୋଲି ବିବେଚନା କରାଯାଏ । ଓଡ୍ସ ଖାଇବା ଦ୍ୱାରା ପେଟକୁ ବହୁତ ସମୟ ପର୍ଯ୍ୟନ୍ତ ପୂରା ରଖେ । ଏପରି ଭାବେ ଆପଣ ବାରମ୍ବାର ଖାଇବା ଠାରୁ ଦୂରେଇ ରୁହନ୍ତି । କେଉଁ କାରଣରୁ ଓଜନ କମିଯାଏ । ଏଥିପାଇଁ ସାଧା ଓଡ୍ସକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହାକୁ ଅଟା ପରି ତିଆରି କରନ୍ତୁ । ଯଦି ଆପଣ ୨ କପ୍ ଅଟା ବ୍ୟବହାର କରୁଛନ୍ତି, ତେବେ ସେଥିରେ ଅତି କମରେ ଅଧା କିମ୍ବା ୧ କପ୍ ଓଡ୍ସ ଅଟା ମିଶାନ୍ତୁ । ଏଥିରୁ ତିଆରି ରୁଟି ଫାଇବରରେ ଭରପୂର ହୋଇଥାଏ । ଯାହା ଆପଣଙ୍କ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଏପରି ଭାବେ ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାଇବେ ।

Get real time updates directly on you device, subscribe now.