fbpx
BSKY
BJD MC SKY
BJD YOUTH SKY

ଅଟା ଦଳିବା ସମୟରେ ମିଶାନ୍ତୁ ଏହି ଜିନିଷ, ଘରେ ରହିବନି ଧନର ଅଭାବ

ଭୁବନେଶ୍ୱର : ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତ୍ୟେକ କାମ ପାଇଁ କିଛି ନା କିଛି ନିୟମ ବନା ଯାଇଛି । ଯାହା ଦ୍ୱାରା ମଣିଷ ଠିକ ଭାବରେ କାମ କରି ତାହାର ସଠିକ ଫଳ ପାଇ ପାରିବ । ଯଦି ଆପଣ କାମକୁ ସଠିକ ଭାବରେ କରନ୍ତି ତେବେ ଆପଣଙ୍କୁ ଶୁଭ ଫଳ ମିଳିବ । ଭୋଜନ କରିବା ପାଇଁ ମଧ୍ୟ କିଛି ନିୟମ ତିଆରି କରାଯାଇଛି । ଯଦି ଭୋଜନକୁ ଠିକ ଭାବରେ ଗ୍ରହଣ ନକରନ୍ତି ତେବେ ସେଠାରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି, ଯାହା ଫଳରେ କି ଘରେ ଦାରିଦ୍ରତା ଦେଖାଯାଇଥାଏ । ଜ୍ୟୋତିଷ ବିଦ୍ୟାରେ ପ୍ରତ୍ୟେକ କାମ ପାଇଁ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଅଟା ଦଳିବା ସମୟରେ କେଉଁ ଜିନିଷର ଧ୍ୟାନ ରଖିବା ଯାହା ଦ୍ୱାରା ଘରେ କୌଣସି ଅସୁବିଧା ରହିବ ନାହିଁ ।

ଅଟା ଦଳିବା ସମୟରେ ଏହି ଜିନିଷ ମିଶାନ୍ତୁ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଅଟା ଦଳିବା ସମୟରେ ଲୁଣ ସହ କିଛି ଖାସ ଜିନିଷ ମିଶାନ୍ତି, ତେବେ ମାଆ ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି । ଏହା ସହ ଆପଣଙ୍କ ଘର ଧନ ଧାନ୍ୟରେ ପୂର୍ଣ୍ଣ ହୋଇ ରହିଥାଏ । ତେଣୁ ଅଟା ଦଳିବା ସମୟରେ ସେଥିରେ ଲୁଣ ସହ ଅଳ୍ପ ଘିଅ ଏବଂ ଚିନି ମିଶାନ୍ତୁ । କାରଣ ଘିଅ ଏବଂ ଚିନିର ସଂପର୍କ ଶୁକ୍ର ଗ୍ରହ ସହ ଅଟେ । ଶୁକ୍ର ଗ୍ରହ ଧନ ଏବଂ ବିଳାସ ସହ ଗୌରବ ଦେଇଥାଏ । ଏହା କରିବା ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି । ଏହା ସହିତ ମାଆ ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଘରେ ଧନ – ଦୌଲତ, ସୁଖ ବଢିଥାଏ ।

ରୋଷେଇ କରିବା ସମୟରେ ଏହି ଜିନିଷର ଧ୍ୟାନ ରଖନ୍ତୁ : ରୋଷେଇ କରିବା ସମୟରେ କିଛି ଜିନିଷର ଧ୍ୟାନ ରଖିବା ଉଚିତ । ଏହା ଦ୍ୱାରା ମାଆ ଲକ୍ଷ୍ମୀ ଏବଂ ମାଆ ଅନ୍ନପୂର୍ଣ୍ଣର କୃପା ପ୍ରାପ୍ତ ହୋଇଥାଏ । ଜୀବନରେ କେବେ ମଧ୍ୟ ଧନର ଅସୁବିଧା ରୁହେ ନାହିଁ ।

– ଭୋଜନ ପ୍ରସ୍ତୁତ କରିବା ସମୟରେ କେବେ ମଧ୍ୟ ରାଗ ମନ ଭାବ ରଖନ୍ତୁ ନାହିଁ । ରାଗ ଏବଂ କ୍ରୋଧରେ ପ୍ରସ୍ତୁତ ହୋଇଥିବା ଜିନିଷ ନାକାରାତ୍ମକ ଫଳ ଆଣିଥାଏ । ଏପରି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ।

– ରୋଷେଇ ଘରକୁ କେବେ ମଧ୍ୟ ଅପରିସ୍କାର ରଖନ୍ତୁ ନାହିଁ । ଜୋତା – ଚପଲ ପିନ୍ଧି କେବେ ରୋଷୈଇ ଘରକୁ ପ୍ରବେଶ କରନ୍ତୁ ନାହିଁ । । ଏହା କରିବା ଦ୍ୱାରା ମାଆ ଲକ୍ଷ୍ମୀ ରାଗି ଯାଆନ୍ତି ଏବଂ ଘରକୁ ଦାରିଦ୍ରତା ଆସିଥାଏ ।

– କେବେ ମଧ୍ୟ ନିଜର ଅଇଁଠା ଖାଇବା କାହାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ।

– ଅଟା ଦଳିବା ସମୟରେ ମାଆ ଅନ୍ନପୂର୍ଣ୍ଣା ଏବଂ ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ । ଏହା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧି ପ୍ରଅପ୍ତି ହୋଇଥାଏ ।

Get real time updates directly on you device, subscribe now.