fbpx

(Video) ନିଶା ନା ପାଗଳ… ଶବକୁ ଧରି କରୁଛି Instagram Reels: ଭାଇରାଲ ହେବାକୁ ଭୁଲିଗଲା ମାନବିକତା

ଓଡ଼ିଶା ଭାସ୍କର: ଭୋ ଭୋ କାନ୍ଦରେ ଫାଟି ପଡ଼ୁଛି ଘର, ପାଖରେ ଜଣେ ମହିଳାଙ୍କ ମୃତ ଦେହ… ଆଉ ଯୁବକଙ୍କୁ ଘାରିଛି ଇନଷ୍ଟାଗ୍ରାମ ରିଲ୍ ନିଶା । ମାନବିକତା ଭୁଲି ଶବ ସହିତ କରୁଛନ୍ତି ଭିଡିଓ ଶୁଟିଂ । ଗୀତ ସହିତ ଅଭିନୟ ମଧ୍ୟ କରୁଛନ୍ତି । ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେବା ବଦଳରେ ଗୀତ ବଜାଇ ରିଲ୍ କରୁଛନ୍ତି ଯୁବକ । ଏଭଳି ଘଟଣା ଦେଖିବା ପାଇଁ ହିଁ ଘୃଣା ଲାଗୁଛି, କିନ୍ତୁ ଯୁବକ ଜଣକ ଅତି ସହଜରେ ଭିଡିଓ କରିବାରେ ଲାଗିଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଅପଲୋଡ ହେବାରେ ଏହାକୁ ଅନେକ ୟୁଜର ନିନ୍ଦା କରିଥିବା ବେଳେ ଯୁବକଙ୍କ ମାନସିକତାକୁ ଧିକ୍କାର କରିଛନ୍ତି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ମଣିଷ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛି । ଇନଷ୍ଟାଗ୍ରାମ ରିଲ୍ କରିବାକୁ ବିପଦପୂର୍ଣ୍ଣ ସ୍ଥାନରେ ଶୁଟିଙ୍ଗ କରୁଥିବା ବେଳେ ଅନେକ ସମୟରେ ଜୀବନକୁ ବାଜି ଲଗାଇ ଭୟଙ୍କର ଷ୍ଟଣ୍ଟ କରିବାକୁ ପଛାଉନାହାନ୍ତି ୟୁଜର । ଲାଇକ୍ ଏବଂ ଫଲୋଅର୍ସ ବଢାଇବା ପାଇଁ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ସୋସିଆଲ ମିଡିଆ ୟୁଜର । ଯାହାର ଏକ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମ ରିଲ୍ କରିବା ପାଇଁ ଜଣେ ଯୁବକ ମୃତଦେହକୁ ବ୍ୟବହାର କରିଛନ୍ତି । ମୃତକଙ୍କ ଶବକୁ ଧରି ସେ ଆରମ୍ଭ କରି ଦେଇଛନ୍ତି ନିଜ ଅଭିନୟ ।

ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି ଏକ ଗୀତରେ ଇନଷ୍ଟାଗ୍ରାମରେ ରିଲ୍ କରୁଛନ୍ତି । ଏହାସହିତ ପାଖରେ ଥିବା ମୃତଦେହକୁ ସେ ଇସାରା ମଧ୍ୟ କରୁଛନ୍ତି । ଏହି ଶବକୁ ଦେଖି ସେ ନିଜ ଗୀତର ଷ୍ଟେପ୍ସ କରୁଥିବା ଭିଡିଓରେ ଦେଖାଯାଇଛି । ସୋସିଆଲ ମିଡିଆରେ ନିଜକୁ ଭାଇରାଲ କରିବା ପାଇଁ ଏବଂ କିଛି ଲାଇକ୍-ଫଲୋଅର୍ସ ବଢାଇବା ପାଇଁ ମଣିଷ ଏତେ ନୀଚ ସ୍ତରକୁ ଯାଇପାରିବ, ତାହା କଳ୍ପନା ବାହାରେ ରହିଛି । ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ମାନବିକତା ଏବଂ ସମ୍ବେଦନଶୀଳତା ହଜାଇ ଦେଉଛନ୍ତି ଆଜିର ଯୁବପିଢୀ । ଏହି ଭିଡିଓକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଛି । ଅନେକ ୟୁଜର ଏହାକୁ ନିନ୍ଦା କରିବା ସହ କଟୁ କଥା କହିଛନ୍ତି ।

https://x.com/sanjayjourno/status/1832077390719132067?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1832077390719132067%7Ctwgr%5Edf0e562ac96833d3fdc79233ef8542b5dcb3da36%7Ctwcon%5Es1_&ref_url=https%3A%2F%2Fhindi.oneindia.com%2Fnews%2Fbizarre%2Fman-makes-reel-with-dead-body-shocking-video-goes-viral-people-reacts-1097353.html

 

ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଯୁବପିଢୀଙ୍କ ପାଇଁ ଯେତିକି ବରଦାନ ପାଲଟିଛି, ଏହାର ସେତିକି ପରିମାଣରେ ଅଭିଶାପ ମଧ୍ୟ ସାବ୍ୟସ୍ତ ହୋଇପାରେ । କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଏକ ପ୍ଲାଟଫର୍ମ ଦେଉଥିବା ବେଳେ ଏହା ଅନେକ ସମୟରେ ଭୟଙ୍କର ହୋଇପାରେ । ଏହି ଭାଇରାଲ ହେବାର ନିଶା ମଣିଷକୁ ପାଗଳର ରୂପ ଦେଇପାରେ । ଯାହାଫଳରେ ମଣିଷ ହିତାହିତ ଜ୍ଞାନ ହରାଇବା ସହ ମାନସିକତା ହରାଇ ଏଭଳି କାରନାମା କରିଥାନ୍ତି ।

 

Get real time updates directly on you device, subscribe now.