fbpx

ଆଇସ୍ କ୍ରିମରେ ମଦ ମିଶାଇ ବିକ୍ରି କରୁଥିଲେ କାଫେ, ପ୍ରଘଟ ପରେ ହେଲା କାର୍ଯ୍ୟାନୁଷ୍ଠାନ

କୋଏମ୍ବଟୁର୍: ବର୍ତ୍ତମାନର ଯୁବ ପିଢ଼ି ନିଶା କବଳକୁ ଧୀରେ ଧୀରେ ଚାଲି ଯାଉଛନ୍ତି । ତେଣୁ ସେମାନେ କୌଣସି ନା କୌଣସି ଉପାୟରେ ହେଉ ନିଶାରେ ଚୁର୍ ହୋଇ ରହିବାକୁ ପସନ୍ଦ କରୁଛନ୍ତି । ମଦ ନିଶାକୁ ନେଇ ଅନେକ ପ୍ରକାରର ଘଟଣା ଦୁର୍ଘଟଣା ମଧ୍ୟ ସାମନାକୁ ଆସୁଛି । କାରବାରୀ ମାନେ ମଧ୍ୟ ଯେ କୌଣସି ମତେ ନିଶା କାରବାର କରିବାକୁ ବାଟ ଖୋଜୁଛନ୍ତି । ତେବେ ଏହି ପରିପ୍େରକ୍ଷୀରେ ଆଇସ୍ କ୍ରିମ୍ ରେ ମଦ ମିଶାଇ ବିକ୍ରି କରୁଥିବା ଏକ ଦୋକାନର ପର୍ଦ୍ଦାଫାସ୍ ହୋଇଛି । ଏହିଭଳି ଏକ ଘଟଣା ତାମିଲନାଡୁର କୋଏମ୍ବଟୁର୍ ଜିଲ୍ଲାର ଅବିନାଶ ରୋଡ୍ ରୁ ସାମନାକୁ ଆସୁଛି ।

ତେବେ ଆଇସ୍ କ୍ରିମ୍ ରେ ମଦ ମିଶାଇ ବିକ୍ରି ହେଉଥିବା ସ୍ଥାନର ଲୋକପ୍ରିୟତା ମଧ୍ୟ ଉକ୍ତ ଅଞ୍ଚଳର ଯୁବକ ମାନଙ୍କ ମଧ୍ୟରେ ବଢ଼ି ଚାଲିଥିଲା । ତେବେ ଏନେଇ ଅଭିଯୋଗ ହେବା ପରେ ଏହାର ଯାଞ୍ଚ କରାଯାଇଥିଲା । ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଏହି କାଫେକୁ ସିଲ୍ କରିଦେଇଥିଲେ । ଅଧିକାରୀ ମାନେ ସେଠାରୁ ମଦ ବୋତଲ ମଧ୍ୟ ଜବତ କରିଛନ୍ତି ।

Get real time updates directly on you device, subscribe now.