fbpx

ଖଡ଼ଗେଙ୍କ ପୋଷ୍ଟର ବିଗାଡ଼ିବା ମାମଲା: ଗିରଫ ହେଲେ ଅଧୀର ରଞ୍ଜନ ଚୌଧରୀଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର

Advertisement

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୋଷ୍ଟର ବିଗାଡ଼ିବା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଉକ୍ତ ମାମଲାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କ ସମ୍ପର୍କୀୟଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତୃଣମୂଳ କଂଗ୍ରେସ (ଟିଏମସି) ସହିତ ପାର୍ଟିର ସମ୍ପର୍କକୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖଡ଼ଗେ ଓ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣା ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ଭବନରେ ରହିଥିବା ଖଡ଼ଗେଙ୍କ ଫଟୋ ଉପରେ କାଳୀ, ସ୍ୟାହି ଲଗାଇ ତାହାକୁ ବିଗାଡ଼ି ଦିଆଯାଇଥିଲା ।

କୋଲକାତା ବିଧାନ ଭବନ ସମ୍ମୁଖରେ କଂଗ୍ରେସର ଅନେକ ହୋର୍ଡିଂ ଲାଗିଥିବା ବେଳେ ସେଥିରେ ଖଡ଼ଗେଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ଫଟୋ ଲାଗିଥିଲା । ଗତ ରବିବାର ଦିନ ଉକ୍ତ ହୋର୍ଡିଂରେ ଥିବା ଖଡ଼ଗେଙ୍କ ଫଟୋ ଉପରେ ସ୍ୟାହି ବୋଳି ତାହାକୁ ବିଗାଡ଼ି ଦିଆଯାଇଥିଲା । ଉକ୍ତ ହୋର୍ଡିଂରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଥିଲା । ମାତ୍ର ସେମାନଙ୍କର ଫଟୋରେ କୌଣସି ସ୍ୟାହି ଲାଗି ନଥିଲା । ଏହି ମାମଲା ବିଷୟରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଜାଣିବା ପରେ ସେମାନେ ସଙ୍ଗେସଙ୍ଗେ ସ୍ୟାହି ଲାଗିଥିବା ହୋର୍ଡିଂ ଓ ବ୍ୟାନରକୁ ହଟାଇ ଦେଇଥିଲେ ।

बंगाल में कांग्रेस कार्यकर्ताओं ने खड़गे की तस्वीर पर काली स्याही पोत दी

 

Get real time updates directly on you device, subscribe now.