fbpx

ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଧୀର ରଞ୍ଜନ ଚୌଧୁରୀଙ୍କ ଇସ୍ତଫା, ନିଜ ଆସନରୁ ବି ହାରିଥିଲେ

Advertisement

କୋଲକାତା : ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ପ୍ରଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ହୋଇ ସାରିଛି। ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସକୁ ପଶ୍ଚିମବଙ୍ଗରେ ଗୋଟିଏ ବି ସିଟ୍ରେ ବିଜୟ ମିଳି ନଥିଲା। ନିଜେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ବହରାମପୁର ଲୋକସଭା ଆସନରୁ ପରାଜୟର ସାମନା କରିବାକୁ ପଡ଼ିଥିଲା।

ସେ ଟିଏମସି ପ୍ରାର୍ଥୀ ୟୁସୁଫ୍ ପଠାନ(ଯିଏକି ଜଣେ ପୂର୍ବତନ କ୍ରିକେଟର)ଙ୍କ ପାଖରୁ ହାରି ଥିଲେ।

ସୂତ୍ରାନୁସାରେ , ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ନିର୍ବାଚନ ହାରିବାକୁ ସ୍ୱୀକାର କରିଥିଲେ ଏବଂ ନିର୍ବାଚନରେ ପଶ୍ଚିମବଙ୍ଗରେ ପାର୍ଟିର ଖରାପ ପ୍ରଦର୍ଶନରେ ନିଜକୁ ଦାୟୀ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସୂତ୍ର ମୁତାବିକ, କଂଗ୍ରେସ ହାଇକମାଣ୍ଡ ଅଧୀର ଚୌଧୁରୀଙ୍କ ଇସ୍ତଫାକୁ ନେଇ ଏବେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। 2024 ଲୋକସଭା ନିର୍ବାଚନରେ ​​କଂଗ୍ରେସ ବେଙ୍ଗଲରେ ଗୋଟିଏ ବି ଆସନ ଜିତି ନଥିଲା।

Get real time updates directly on you device, subscribe now.