(video)ରାସ୍ତାରେ ବୁଲୁଛି ୧୮୦୦ କୋଟିର ମାଲିକ ‘ଆଦିବ ମାନବ’, ଭିଡିଓ ଭାଇରାଲ
ରାସ୍ତାରେ ଅଳିଆ ଗାଡ଼ି ଟାଣୁଛି ୧୮୦୦ କୋଟି ସମ୍ପତ୍ତିର ମାଲିକ 'ଆଦିବ ମାନବ'। ଯାହାକୁ ଦେଖି ଲୋକ ଅଣଦେଖା କରିଦେଉଛନ୍ତି। ତେବେ ଆଦିମ ପୁରୁଷଙ୍କ ପରି ପୋଷାକ ପିନ୍ଧି, ଲମ୍ବା କେଶ ଏବଂ ଲମ୍ବା ଦାଢ଼ି ରଖିଥିବା ଏ ବ୍ୟକ୍ତି ଜଣକ କିଏ?
ମୁମ୍ୱାଇ: ୧୮00 କୋଟିର ମାଲିକ ସେ ପୁଣି ଜଣେ ଆଦିବ ମାନବ। ଏ କଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ। ଜଣେ ଆଦିବ ମାନବ ପାଖରେ ଏତେ ଗୁଡ଼ିଏ ଟଙ୍କା କେଉଁଠୁ ଆସିଲା ସେ ପ୍ରଶ୍ନ ବି ମନରେ ଉଙ୍କି ମାରୁଥିବ।
ଏସମସ୍ତ ପ୍ରଶ୍ନର ଉତ୍ତର ଆମେ ଦେବୁ। ହେଲେ ତା ପୂର୍ବରୁ ଥରେ ଜାଣି ନିଅନ୍ତୁ ଏ ଆଦିବ ମାନବର ପରିଚୟ କ’ଣ। କାହିଁକି ଆଦିବ ମାନବ ବେଶରେ ଜଣେ ବ୍ୟକ୍ତି ରାସ୍ତା ଉପରେ ଏପରି ବୁଲୁଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓ: ଭାଇରାଲ ଭିଡ଼ିଓ ଅନୁସାରେ ଜଣେ ବ୍ୟକ୍ତି ଆଦିମ ପୁରୁଷ ପରି ପୋଷାକ ପିନ୍ଧିଛି। ଲମ୍ୱା କେଶ ସାଙ୍ଗକୁ ଲମ୍ୱା ଦାଢ଼ି ମଧ୍ୟ ରଖିଛି। ଆଉ ମୁମ୍ୱାଇର ରାସ୍ତା ସାରା ଘୁରି ବୁଲୁଛି।
ସେ ଏପରି ବେଶ ପରିଧାନ କରିଛନ୍ତି ଯେ ତାଙ୍କୁ ଚିହ୍ନିବା ବି କଷ୍ଟକର ହୋଇପଡ଼ୁଛି। ସେ ଏକ ଅଳିଆ ଉଠା ଟଣା ଗାଡ଼ି ବି ରାସ୍ତାରେ ଟାଣୁଥିବାର ଦେଖିବାକୁ ମିଳିଛି। ଏପରିକି ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଦେଖୁଛନ୍ତି ଏବଂ ସେଠାରୁ ଅଣଦେଖା କରି ଚାଲିଯାଉଛନ୍ତି।
କିଏ ଏହି ଆଦିବ ମାନବ: ତେବେ ଆମେ ଆଉ ସସପେନ୍ସ ଭିତରେ ଆପଣଙ୍କୁ ରଖିବୁନି। ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି ଏହି ଆଦିବ ମାନବ ଏମିତି ସେମିତି ମଣିଷ ନୁହେଁ। ବରଂ ଜଣେ ବଲିଉଡ୍ ସୁପରଷ୍ଟାର।
ହଁ ଆଜ୍ଞା ଏ ହେଉଛନ୍ତି ସୁପରଷ୍ଟାର ଆମିର ଖାନ। ଯିଏକି ଆଦିବ ମାନବ ବେଶରେ ମାର୍କେଟ ସାରା ଘୂରି ବୁଲୁଛନ୍ତି। ତାଙ୍କର ଏ ରୂପ ଦେଖି କେହି ଚିହ୍ନିବି ପାରୁନାହାନ୍ତି।
ଏହି ଲୁକ୍ ପାଇଁ ଆମିର ଖାନଙ୍କ ପ୍ରସ୍ତୁତ ହେବାର ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିବା ପରେ ହିଁ ଜଣାପଡ଼ିଲା କି ମୁମ୍ବାଇ ରାସ୍ତାରେ ଆଦିମ ପୁରୁଷ ବେଶରେ ବୁଲୁଥିବା ବ୍ୟକ୍ତିଜଣକ ହେଉଛନ୍ତି ଆମିର ଖାନ୍।
To Ye Caveman Amir Khan Tha BC 😲😲
But Why ? pic.twitter.com/fRgDB6cEhr
— POSITIVE FAN (@imashishsrrk) January 29, 2025
ଭିଡ଼ିଓରେ କମେଣ୍ଟ: ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି। କେହି କେହି ୟୁଜର୍ସ ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି।
ଏହା ସହ ଆଉ କେହି କହିଛନ୍ତି ଯେ, ଆମିର ଖାନ୍ ତାଙ୍କ ଆଗାମୀ ପ୍ରୋଜେକ୍ଟର ପ୍ରଚାର ପାଇଁ ରାସ୍ତାକୁ ବାହାରି ଆସିଥିଲେ। ଯଦିଓ ଆମିର ଖାନ ବହୁ ଦିନ ହେବ ବଡ଼ ପରଦାରୁ ଦୂରେଇ ରହିଛନ୍ତି।
କିନ୍ତୁ ତାଙ୍କ ପ୍ରଡକ୍ସନ ହାଉସ୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି। ତେଣୁ ସେ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ଏପରି ବେଶ ନେଇଥିବା କୁହାଯାଉଛି। ସେପଟେ ଏକ ଜାତୀୟ ଗଣମାଧ୍ୟମ ଅନୁସାରେ ଆମିରଙ୍କ ସମ୍ପତ୍ତିର ମୂଲ୍ୟ ୧୮୬୨ କୋଟି ଟଙ୍କା। ତେଣୁ ତାଙ୍କୁ ୧୮୦୦ କୋଟିର ଆଦିବ ମାନବ ବୋଲି କୁହାଯାଉଛି।