fbpx
BSKY SKY
BSKY SKY

ଆଦିପୁରୁଷ : ଫିଲ୍ମରେ ଟ୍ରୋଲ ହେଉଛନ୍ତି ସୈଫ ଅଲୀ ଖାନ, ଧୋକା ଦେଲା ଭିଏଫଏକ୍ସ

BSKY

ନୂଆଦିଲ୍ଲୀ : ଅନେକ ବିବାଦ ପାରେ ସିନେମା ଘରେ ରିଲିଜ ହୋଇଛ ଫିଲ୍ମ ‘ଆଦିପୁରୁଷ’ । ଏହି ଫିଲ୍ମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କର ଖୁସିର ସୀମା ନାହିଁ । ଏହି ଫିଲ୍ମକୁ ସ୍ୱାଗତ ଜଣାଇବା ପାଇଁ ସିନେମାଘରର ବାହାରେ ଫ୍ୟାନ୍ସ ବାଣ, ଢୋଲ ସହିତ ଉପସ୍ଥିତ ହୋଇଛନ୍ତି । ଏହି ଫିଲ୍ମର ରିଲିଜ ସହିତ ଟ୍ରେଣ୍ଡ କରୁଛନ୍ତି ଏବେ ସୈଫ ଅଲୀ ଖାନ । ତାଙ୍କର ୧୦ ମୁଣ୍ଡ ଥିବା ଗୋଟିଏ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଟ୍ୱିଟ କରି ୟୁଜର୍ସ କହୁଛନ୍ତି ବିଏଫଏକ୍ସ ଲୋକମାନେ ମେକର୍ସଙ୍କୁ ବଡ଼ ଧୋକା ଦେଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଭାସ ଏବଂ କିର୍ତ୍ତୀ ସେନନଙ୍କ ଏହି ଫିଲ୍ମଟି ବର୍ଷ ଆରମ୍ଭରୁ ଆସିବାର ଥିଲା । କିନ୍ତୁ ଜୁନ ୧୬ରେ ଏହି ଫିଲ୍ମଟି ରିଲିଜ ହେବା ପରେ ଫ୍ୟାନ୍ସଙ୍କ ପାଇଁ ଏହା ଏକ ସେଲିବ୍ରେଶନର ଦିନ ଭାବରେ ପରିଣତ ହୋଇଯାଇଛି । ଫ୍ୟାନ୍ସମାନେ ପ୍ରଭାସଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । ତେବେ ପୁଣି ଥରେ ଫ୍ୟାନ୍ସଙ୍କ ଟାର୍ଗେଟରେ ସୈଫ ଅଲି ଖାନ ଆସିଯାଇଛନ୍ତି । ସୈଫ ଅଲି ଖାନଙ୍କ ଲୁକ ଦେଖି ଫ୍ୟାନ୍ସ ଟ୍ରୋଲ କରି କହିଛନ୍ତି ଯେ ଏହା ଶସ୍ତା ବିଏଫଏକ୍ସ ଭଳି ଲାଗୁଛି ।

ଟ୍ୱିଟରରେ ସୈଫ ଅଲି ଖାନଙ୍କ ୧୦ଟି ମୁଣ୍ଡ ଥିବା ଗୋଟିଏ ଫଟୋ ସେୟାର କରାଯାଇଛି । ଏହି ଫଟୋକୁ ନେଇ ଟ୍ୱିଟର ବ୍ୟବହାରକାରୀ କମେଣ୍ଟ କରି କହିଛନ୍ତି ସୈଫ ଏହି ରୋଲ ପାଇଁ ଠିକ ନୁହଁନ୍ତି। ସେହିପରି ଅନ୍ୟ ଜଣେ ‘ଷ୍ଟାଇଲିଶ ରାବଣ’ କହିବା ସହ ଆଉ ଜଣେ ଫଟୋ ଶେୟାର କରି ଉପହାସର ଇମୋଜି ବ୍ୟବହାର କରିଥିଲେ ।

Get real time updates directly on you device, subscribe now.