fbpx

ବଲିଉଡରେ ଆଉ ଏକ ଷ୍ଟାର ଯୋଡିଙ୍କ ପଡିବ ହାତଗଣ୍ଠି, ୱେଣ୍ଡିଂ ପ୍ଲାନିଂରେ ବ୍ୟସ୍ତ ଏହି ଅଭିନେତା

ମୁମ୍ବାଇ: ପୁଣି ଆଉ ଏକ ବଲିଉଡ ଯୋଡିଙ୍କ ପଡିବ ହାତଗଣ୍ଠି । ହାତକୁ ଦି ହାତ ହେବେ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ । ଏଥିପାଇଁ ଜୋରସୋରରେ ଚାଲିଛି ୱେଣ୍ଡିଂ ପ୍ଲାନିଂ । ଏକଥା ଆମେ କହୁନୁ ଖୋଦ୍‌ ଅଭିନେତା ଆଦିତ୍ୟ ରୟ କପୁର ଓ ଅନନ୍ୟା ପାଣ୍ଡେ ଏନେଇ ହିଣ୍ଟ ଦେଇଛନ୍ତି । ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜ ଲଭ୍‌ ଲଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ସେ କୁଆଡେ ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳିଛି । ଫିଲ୍ମ ନିର୍ମାତା କରଣ ଜୋହର ନିଜ ଚାଟ୍‌ ଶୋ’ କଫି ୱିଥ୍‌ କରଣରେ ଅନନ୍ୟା ଓ ଆଦିତ୍ୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ହିଣ୍ଟ ଦେଇଛନ୍ତି । ଏହି ଶୋ’ରେ ଯୋଗ ଦେଇ ଅନନ୍ୟା କହିଥିଲେ ଯେ ତାଙ୍କୁ ଆଦିତ୍ୟ ହଟ୍‌ ଲାଗନ୍ତି । ବର୍ତ୍ତମାନ ଆଦିତ୍ୟ ରୟ କପୁର ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି । ସେ ତାଙ୍କ ବିବାହ ପ୍ଲାନିଂ ବିଷୟରେ ଖୁଲାସା କରିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ ନିଜ ୱେଡିଂ ପ୍ଲାନ୍‌ ବିଷୟରେ କହିଛନ୍ତି ଆଦିତ୍ୟ ରୟ କପୁର । ବିବାହ ପ୍ରଶ୍ନରେ ଆଦିତ୍ୟ କହିଛନ୍ତି, ‘ମୁଁ ବିବାହରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରେ । ମୁଁ ପ୍ରତ୍ୟେକ ଦିନକୁ ସମାନ ପରି ଦେଖେ । ତେଣୁ ଯଦି ବିବାହ କରିବାକୁ ପଡେ, ତେବେ ନିଶ୍ଚୟ କରିବି । ମୁଁ ଏପର୍ଯ୍ୟନ୍ତ କୌଣସି ପ୍ଲାନିଂ କରିନାହିଁ ।’ ଆଦିତ୍ୟ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ ଅଧିକ ପସନ୍ଦ କରନ୍ତି । ପରିବାର ସହ ସମୟ ବିତାଇବା, ଗିଟାର ବଜାଇବା, ଖେଳକୁଦ ଓ ଟ୍ରାଭେଲ କରିବା ତାଙ୍କୁ ଶାନ୍ତି ଦେଇଥାଏ । ଏହା ଦ୍ୱାରା ମନ ରିଫ୍ରେଶ ହୋଇଯାଏ ବୋଲି କହିଛନ୍ତି ଆଦିତ୍ୟ ।

ଆଦିତ୍ୟ ଓ ଅନନ୍ୟା ଅଫିସିଆଲ ରୂପେ ନିଜ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି । କିନ୍ତୁ ଉଭୟଙ୍କ ପ୍ରେମ ସମ୍ପର୍କ ଓ ପରସ୍ପରକୁ ଡେଟିଂକୁ କରୁଥିବା ନେଇ ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । କରଣଙ୍କ ଶୋ’ରେ ଆଦିତ୍ୟଙ୍କ ନାଁ ନେବାରୁ ଅନନ୍ୟା ବ୍ଲଶ୍‌ କରିବା ସହ ଲାଜେଇ ଯାଇଥିବା ନଜର ଆସିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ଚାହୁଁଛନ୍ତି ଯେ ଉଭୟ ନିଜ ସମ୍ପର୍କକୁ ନେଇ ସ୍ପଷ୍ଟ କରନ୍ତୁ ଏବଂ ସର୍ବଦା ପରସ୍ପର ସହିତ ରୁହନ୍ତୁ । ସୂଚନାଯୋଗ୍ୟ, ଆଗକୁ ଅନନ୍ୟାଙ୍କ ଫିଲ୍ମ ‘ଲାଇଗର’ ଆସୁଛି । ଏହି ଫିଲ୍ମରେ ସାଉଥ ସୁରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ଅପୋଜିଟ୍‌ରେ ଅଛନ୍ତି ଅନନ୍ୟା ପାଣ୍ଡେ । ଫିଲ୍ମ ନିର୍ମାତା କରଣ ଜୋହରଙ୍କ ପ୍ରଡକସନ୍‌ରେ ଏହି ଫିଲ୍ମଟି ତିଆରି ହୋଇଛି । ଆସନ୍ତା ଅଗଷ୍ଟ ୨୫ ତାରିଖରେ ଫିଲ୍ମଟି ପରଦାକୁ ଆସିବ ।

Get real time updates directly on you device, subscribe now.