fbpx
BJD SKY
BJD SKY

କୁବେର ଜିଏସ୍‌ଟି ଅତିରିକ୍ତ କମିଶନର: ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୧ ପ୍ଲଟ୍‌ ସହ ୬ରୁ ଊଦ୍ଧ୍ୱର୍ କୋଠା, ୬ଟି ଦାମୀ ଗାଡ଼ି ଓ ୫୩.୬୩ ଲକ୍ଷର ଜମା

BJD

ଯାଜପୁର/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଜ୍ୟରୁ ଦୁର୍ନୀତି ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ନୀତି ଆପଣାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇ ଉଠିଛି । ଏହିକ୍ରମରେ ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ୍‌ ଯାଉଥିବା ଦେଖିବାକୁ ମିଳୁଛି । ତେବେ ସୋମବାର ସକାଳୁ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ବାଣିଜ୍ୟକର ଓ ଜିଏସ୍‌ଟି ଅତିରିକ୍ତ କମିଶନର ପୀୟୁଷ ପାଣି । ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ବାବୁଙ୍କ ସମ୍ପତ୍ତି ଦେଖି ଖୋଦ୍‌ ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଟକା ହୋଇଯାଇଛନ୍ତି ।

ମିଳିଥିବା ସୂଚନାନୁସାରେ, ବାବୁଙ୍କର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୧ଟି ପ୍ଲଟ୍‌ ରହିଛି ଯାହାର ମୂଲ୍ୟ ୩ କୋଟି ୭୦ ଲକ୍ଷ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଏହା ବହୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସେହିରଶ୍ରୀ ପାଣିଙ୍କର ଚକେଇଶିଆଣିରେ ଏକ ୩ ମହଲା କୋଠା ରହିଥିବାବେଳେ ଗ୍ୟାରେଜ୍‌ ସହ ଆଉ ୧ ମହଲା କୋଠା ମଧ୍ୟ ରହିଛି । ସେହି ରି ଭୁବନେଶ୍ୱରର ଅନ୍ଧାରୁଆରେ ଆଉଟ୍‌ ହାଉସ୍‌ ସହ ଏକ ଫାର୍ମହାଉସ୍‌ ରହିଥିବାବେଳେ ଯାଜପୁର ରୋଡ୍‌ ଚୋରଦାରେ ୩ ମହଲା ଓ ୧ ମହଲା କୋଠା ଠାବ କରାଯାଇଛି । ସେହିରି ବାବୁଙ୍କର ୬ଟି ଦାମୀ ଗାଡ଼ି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗାଡ଼ି ମଧ୍ୟରେ ୮.୫ ଲକ୍ଷର ଫୋକ୍ସ ୱାଗନ ରହିଥିବାବେଳେ ୧୦.୫ ଲକ୍ଷର ସ୍କୋଡା ସୁର୍ବ, ୧୧ ଲକ୍ଷର ସ୍କୋଡା ଆକ୍ଟାଭିଆ, ୧୫ ଲକ୍ଷର ଫୋକ୍ସ ୱାଗନ ଟାଇଗନ, ୭.୨୫ ଲକ୍ଷର ସ୍କୋଡ଼ା ଆମିଓ ସହ ଆଉ ଏକ ଗାଡ଼ି ରହିଛି । ସେହିରି ତାଙ୍କ ଘରୁ ୫୩.୬୩ ଲକ୍ଷର ବ୍ୟାଙ୍କ୍‌ ଓ ବୀମା ଜମାର କାଗଜପତ୍ର ଜବତ କରାଯାଇଛି । ଏଥିସହ ୩୮୭ ଗ୍ରାମ୍‌ର ସୁନାଗହଣା ମଧ୍ୟ ଜବତ କରାଯାଇଛି । ତେବେ ଚଢ଼ାଉ ସରିନଥିବାରୁ ସମ୍ପତ୍ତି ପରିମାଣ ଅଧିକ ହେବ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.