fbpx

ଗୃହ ୧୧ଟା ୩୦ ଯାଏଁ ମୁଲତବି : ଦ୍ୱିତୀୟ ଦିନରେ ହେଲା ହଙ୍ଗାମା

ନୂଆଦିଲ୍ଲୀ : ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ହଙ୍ଗାମା । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ହୋଇଛି । ବାଚସ୍ପତିଙ୍କ ପୋଡିୟମ ଆଗରେ ପ୍ଲାକାର୍ଡ ଧରି ନାରାବାଜୀ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନହେବାରୁ ଗୁହର ମଧ୍ୟଭାଗରେ ସଦସ୍ୟଙ୍କ ନାରାବାଜି ଆରମ୍ଭ ହୋଇଛି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଆଉ ବିଧାନସଭା ଗୃହ । ଗୃହରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ । ବିଜେଡ ଏହି ସଷା ଗୃହରେ ଜାତୀୟ ରାଜପଥରେ ଓଡିଶାକୁ ଅବହେଳା କରାଯାଉଥିବା ପ୍ରସଙ୍ଗ ଉଠାଇଲା । ତେବେ ଅନ୍ୟପଟେ ବାଚସ୍ପତି ଦିନ ୧୧ଟା୩୦ ଯାଏଁ ଗୃହକୁ ମୁଲତବି କଲେ ।

ବିଜେପିର ମୋହନା ମାଝୀ ଗୃହ ବାହାରେ ୫ଟି ପ୍ରସଙ୍ଗ ଉଠାଇ ବର୍ଷିଲେ । ସେ କହିଥିଲେ ସଚିବ ବଡ଼ ନା ମନ୍ତ୍ରୀ ବଡ଼, ନେଇ ମୁଲତବି ପ୍ରସ୍ତାବ ଦେଇଥିଲୁ । କିନ୍ତୁ ଏହାକୁ ନେଇ କିଛି କାରଣ ନଦର୍ଶାଇ ବାଚସ୍ପତି ଶେଷ ମୂହୁର୍ତ୍ତରେ ଆଗ୍ରାହ୍ୟ କଲେ । ମୁଖ୍ୟମନ୍ତ୍ରୀଙ୍କୁ ସଚିବଙ୍କ ଗସ୍ତ ଖର୍ଚ୍ଚ ନେଇ ମଧ୍ୟ ପ୍ରଶ୍ନ କରିବାକୁ ଚାହୁଁଥିଲୁ । ବିମାନ, ହେଲିକପ୍ଟର ଓ ଟେଣ୍ଟ ବାବଦ ସହ ସମସ୍ତ ଖର୍ଚ୍ଚ ଜାଣିବାକୁ ଚାହୁଁଥିଲୁ । ଏହା ବ୍ୟତୀତ ସେ କହିଥିଲେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି, ଛାୟା ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ଏହି ସବୁ ପ୍ରଶ୍ନ କରିବାକୁ ଚାହୁଁଥିଲୁ କିନ୍ତୁ ସେ ଭୟରେ ସରକାର ଗୃହ ବନ୍ଦ କରିଛନ୍ତି ।

Get real time updates directly on you device, subscribe now.