fbpx

ଜାରି ହେଲା ଆଡମିଟ୍ କାର୍ଡ: ଅମିନ, ବୈଷୟିକ ସହାୟକ ଓ ବୁଣାକାର ସୁପରଭାଇଜର ପଦ ପାଇଁ ହେବ ପରୀକ୍ଷା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ, ବୈଷୟିକ ସହାୟକ ଓ ଅମିନ ପଦରେ ନିଯୁକ୍ତି ଦିଆଯିବ । ସେଥିପାଇଁ ଜୁନ ମାସ ୨୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ମାସ ୨୪ରେ ସମାପ୍ତ ହୋଇଥିଲା ।

ତେବେ ଉକ୍ତ ପଦକୁ ନେଇ ନିକଟରେ ଓଏସଏସସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଥିଲା । ଏହି ନିଯୁକ୍ତିର ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ମାସ ୧୭ ତାରିଖରେ ଆୟୋଜିତ ହେବା ନେଇ ସୂଚିତ କରାଯାଇଥିଲା । ପ୍ରାର୍ଥୀମାନେ ଡିସେମ୍ବର ମାସ ୮ ତାରିଖ ପରଠାରୁ ସେମାନଙ୍କର ଆଡମିସନ ଲେଟର ଅଫିସିଆଲ ୱେବସାଇଟରୁ ଡାଉନଲୋଡ୍ କରିପାରିବେ ବୋଲି କୁହାଯାଇଥିଲା ।

ଏହା ମଧ୍ୟରେ ଉପରୋକ୍ତ ସମସ୍ତ ପଦ ପାଇଁ ଓଏସଏସସି ପକ୍ଷରୁ ଆଡମିଟ୍ କାର୍ଡ ଜାରି କରାଯାଇଛି । ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ମୋଟ ୧୫୦ ମାର୍କର ପରୀକ୍ଷା ୨ ଘଣ୍ଟା ସମୟ ମଧ୍ୟରେ ଦେବେ । ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ରିପୋର୍ଟିଂ ଟାଇମ୍ ସକାଳ ୮.୩୦ ରହିଥିବା ବେଳେ ୯.୩୦ରେ ଗୋଟ୍ ବନ୍ଦ କରାଯିବ । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ନେଗେଟିଭ୍ ମାର୍କିଂ ରହିଛି ।

Get real time updates directly on you device, subscribe now.