fbpx

ଖୁବଶୀଘ୍ର Adobe ଜାରି କରିବାକୁ ଯାଉଛି Photoshopର ଫ୍ରି ୱେବ ଭର୍ସନ, Canva ସହିତ ହେବ ଜୋରଦାର ଟକ୍କର

Advertisement

ନୂଆଦିଲ୍ଲୀ: ଖୁବଶୀଘ୍ର ଆଡୋବେ ଫଟୋଶପର ଫ୍ରି ୱେବ ଭର୍ସନ ମିଳିପାରେ । କମ୍ପାନୀ ଫଟୋଶପର ୱେବ ଭର୍ସନ ଉପରେ ପରୀକ୍ଷଣ କରୁଥିବା ଜଣାପଡ଼ିଛି । ପାଖାପାଖି ଏକବର୍ଷ ପୂର୍ବରୁ ଆଡୋବେ ଫଟୋଶପର ୱେବ ଭର୍ସନ ଜାରି କରିଥିଲା । ତେବେ ଯେଉଁମାନେ ଫଟୋଶପର ଆପର ସମସ୍ତ ଫିଚର ବ୍ୟବହାର କରୁନଥିଲେ, ସେମାନଙ୍କ ପାଇଁ ତାହା ଜାରି ହୋଇଥିଲା । ଏଥିସହିତ ତାହା କେବଳ ଲିମିଟେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଯାଇଥିଲା । ଏବେ ଆଡୋବେ ଫଟୋଶପର ୱେବ ଭର୍ସନର ଫ୍ରି ଭର୍ସନ ଟେଷ୍ଟ କରୁଛି ।

ରିପୋର୍ଟ ମୁତାବକ, ଆଡୋବେ ଫଟୋଶପର ଫ୍ରି ଭର୍ସନ ଏଣିକି ସମସ୍ତ ୟୁଜର୍ସଙ୍କ ପାଇଁ ଫ୍ରି’ରେ ଉପଲବ୍ଧ ହେବ । ଆଡୋବେ ଫଟୋଶପର ୱେବ ଭର୍ସନ କାନାଡ଼ାରେ ଟେଷ୍ଟ କରାଯାଉଛି । ଫଟୋଶପର ଏହି ଫ୍ରି-ଟୁ-ୟୁଜ ୱେବ ୟୁଜର୍ସଙ୍କୁ ୱେବସାଇଟରେ ହିଁ ଅନେକ ଫିଚର୍ସ ପ୍ରଦାନ କରିଥାଏ । ଯେଉଁମାନେ ଛବିକୁ ଅନଲାଇନରେ ଏଡିଟ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଏହା ବହୁତ କାମରେ ଆସିଥାଏ ।

ତେବେ ନୂଆ ଫ୍ରି ର୍ଭସନରେ ୟୁଜର୍ସଙ୍କୁ ଫଟୋଶପ ଆପର କୋର ଫିଚର ମିଳିବ । ଏହା ପୂର୍ବରୁ କମ୍ପାନୀ ଯେତେବେଳେ ୱେବ ଭର୍ସନ ଜାରି କରିଥିଲା, ସେ ସମୟରେ ୟୁଜର୍ସ ୱେବ ଆପ ମାଧ୍ୟମରେ ଫଟୋ ଉପରେ ଟିକ୍ କରିବା ସହ କମେଣ୍ଟ କରିପାରୁଥିଲେ । ଏଣିକି ଫଟୋଶପକୁ ୟୁଜ କରିବା ଓ ଟ୍ରାଏ କରିବା ୟୁଜର୍ସଙ୍କ ପାଇଁ ସହଜ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.