ଭୁବନେଶ୍ବର: ରାଜ୍ୟ ସୂଚନା କମିଶନରେ ବାହାରିଲା ଚାକିରି ସୁଯୋଗ । 4 ସୂଚନା କମିଶନର ପଦବୀ ପାଇଁ ଚାକିରି ସୁଯୋଗ ବାହାରିଛି । ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ମୋହନ ସରକାର ବର୍ତ୍ତମାନ ଏହାକୁ କ୍ରିୟାଶୀଳ କରିବା ପାଇଁ ପଦକ୍ଷେପ ନେଇଥନ୍ତି । 4ଟି ସୂଚନା କମିଶନ ସଦସ୍ୟ ପଦ ପାଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ବର 24 ସୁଦ୍ଧା ଆବେଦନ କରିପାରିବେ । ତେବେ ମନୋନୀତ ପ୍ରାର୍ଥୀମାନଙ୍କୁ ଅଧିକ ଦିନ ଚାକିରି କରିବାର ସୁଯୋଗ ମିଳିବ । ଏହି ବିଭାଗରେ ମୋଟ 5ଜଣ କାର୍ଯ୍ୟ କରିବେ । ତେବେ ଏତେ ସଂଖ୍ୟକ ପଦବୀରେ ନିଯୁକ୍ତି ନେଇ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି ।
ସୂଚନା ଅନୁସାରେ, ରାଜ୍ୟ ସରକାର ମଙ୍ଗଳବାର ଦିନ 4ଟି କମିଶନର ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛନ୍ତି । ଯେଉଁମାନଙ୍କୁ ମନୋନିତକରାଯିବ ସେମାନେ ସର୍ବାଧିକ 5 ବର୍ଷ କିମ୍ବା 65 ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ତେବେ ସେମାନଙ୍କୁ ଭଲ ଦରମା ସହିତ ଭତ୍ତା ମଧ୍ୟ ପ୍ରଦାନ କରାଯିବ । ପ୍ରକାଶଥାଉକି, ବର୍ତ୍ତମାନ କମିଶନ ଅଧ୍ୟକ୍ଷ ରହିଥିବା ଜଳଦ କୁମାର ତ୍ରିପାଠୀଙ୍କର କାର୍ଯ୍ୟକାଳ 4 ତାରିଖରେ ଶେଷ ହେଉଥିବାରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା ଏବଂ ନଭେମ୍ବର 2 ତାରିଖ ସୁଦ୍ଧା ଆବେଦନ ପାଇଁ ପରାମର୍ଶ ଦିଆଯାଇଥିଲା । ଏହାରି ଭିତରେ ରାଜ୍ୟ ସରକାର ସମୁଦାୟ 4ଟି ପଦବୀ ପାଇଁ ବିଜ୍ଞପ୍ତି ବାହାର କରାଯାଇଛି ।