ଆଡଭୋକେଟ ୱେଲଫେୟାର ଫଣ୍ଡକୁ ଦ୍ୱିଗୁଣିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ରାଜ୍ୟର ଆଇନଜୀବୀଙ୍କ ପାଇଁ ଆସିଲା ବଡ ଓ ଖୁସି ଖବର । ରାଜ୍ୟର ଆଇନଜୀବୀ କଲ୍ୟାଣ ପାଣ୍ଠି ବଢିଲା । ରାଜ୍ୟ ସରକାର ଆଇନଜୀବୀ ୱେଲଫେୟାର ଫଣ୍ଡକୁ ବଢାଇ ଦିଆଯାଇଛି । ସୂଚନା ଦେଲେ ଆଇମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।

ଆଇନ ମନ୍ତ୍ରୀ କହିଲେ, ଆଡଭୋକେଟ ୱେଲଫେୟାର ଫଣ୍ଡ ବଢିଲା । ଏହି ଫଣ୍ଡକୁ ୧୦ କୋଟିକୁ ବୃଦ୍ଧିକଲେ ରାଜ୍ୟ ସରକାର । ପୂର୍ବରୁ ଏହି ରାଶି ୫ କୋଟି ଥିଲା । ସରକାର ଆଇନଜୀବୀଙ୍କ ପାଇଁ ଏହି ରାଶିକୁ ଏକା ଥରକେ ଦ୍ୱିଗୁଣିତ କରିଛନ୍ତି । ଏହି ଅର୍ଥକୁ ଟ୍ରଷ୍ଟକୁ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।

ରାଜ୍ୟ ସରକାର ୨୦୨୪-୨୫ ବର୍ଷ ପାଇଁ ଆଡଭୋକେଟ ୱେଲଫେୟାର ଫଣ୍ଡକୁ ୫ କୋଟିରୁ ୧୦ କୋଟି କରିଛନ୍ତି ରାଜ୍ୟ ସରକାର । ଏହି ଘୋଷଣା ପରେ ଏକ୍ସ ହ୍ୟାଣ୍ଡଡଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଆଇନଜୀବୀ ସଂଘପ୍ରତି ସମବେଦନ ରଖିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।