fbpx

ଏହି ଖାଦ୍ୟ ଏବେ ବଞ୍ଚେଇରଖିଛି ଆଫଗାନ ଶରଣାର୍ଥୀଙ୍କୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବା ପରେ ହଜାର ହଜାର ସଂଖ୍ୟାରେ ଆଫଗାନୀ ମାନେ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ଆକାରରେ ଜୀବନ ବିତାଉଛନ୍ତି । ଆମେରିକା, ଭାରତ ଭଳି ଦେଶରେ ଆଫଗାନୀ ନାଗରିକ ମାନେ ଏବେ ଆଶ୍ରୟ ନେଇଛନ୍ତି । ଏବେ ସେମାନେ ଓ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ କଣ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଇତି ମଧ୍ୟରେ ଜଣେ ଆମେରିକାର ଟେକ୍ସାସ୍ ରେ ଶରଣାର୍ଥୀ ଭାବେ ରହୁଥିବା ଜଣେ ୨୮ ବର୍ଷିୟ ଆଫଗାନୀ ନାଗରିକ ଏକ ଫଟୋ ସେୟାର୍ କରି ଦୁଃଖ ବଖାଣିଛନ୍ତି ।

୨୮ ବର୍ଷିୟ ବ୍ଲଗର୍ ହମୀଦ୍ ଅହମଦୀ ଟେକ୍ସାସ୍ କ୍ୟାମ୍ପରେ ଦିଆଯାଉଥିବା ଖାଦ୍ୟର ଏକ ଫଟୋ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି, ‘ଅଭିଯୋଗ କରୁନି ହେଲେ…ରାତ୍ରି ଭୋଜନରେ ମୋତେ ଏହି ଖାଦ୍ୟ ଦିଆଯାଇଛି ଓ ୧୨ ଘଣ୍ଟା ପରେ ପରବର୍ତ୍ତୀ ଖାଇବା ମିଳିବ । ଶରଣାର୍ଥୀଙ୍କ ଜୀବନ ସୁରକ୍ଷିତ କିନ୍ତୁ ସହଜ ଓ ଅନୁକୂଳ ନୂହେଁ ” । ଫଟୋରେ ଥିବା ଖାଦ୍ୟ ପ୍ଲେଟ୍ ରେ ଦୁଇଟି ଛୋଟ ପିସ୍ ଚିକେନ୍ ଓ କିଛି ପିସ୍ ଫଳ ଓ ବ୍ରେଡ୍ ରହିଛି ।

ତେବେ ତାଙ୍କ ଏହି ଫଟୋରେ ଅନେକ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି । ଅନେକ କହିଚନ୍ତି ଯେ, ତୁମେ ଅଭିଯୋଗ କରୁଛ ଖାଦ୍ୟ ପାଇଁ ତାହେଲେ ଆଫଗାନିସ୍ତାନରୁ କାହିଁକି ପଳେଇ ଆସିଛ । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ଧନ୍ୟବାଦ୍ କହିବା ବଦଳରେ ଦିଆଯାଇଥିବା ଖାଦ୍ୟ ପାଇଁ ଅଭିଯୋଗ କରୁଛ । ତାହେଲେ କାହିଁକି ନିଜ ଦେଶରୁ ଦୌଡ଼ି ଆସିଛ ।

Get real time updates directly on you device, subscribe now.