କାବୁଲ: ଶୁକ୍ରବାର ସକାଳୁ ସକାଳୁ ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ମୁତାବକ ଭୂକମ୍ପର ତ୍ରୀବ୍ରତା ୪.୯ ରେକର୍ଡ କରାଯାଇଥିବାବେଳେ ଏହାର ଗଭୀରତା ୧୬୦ କି.ମି ରହିଥିବା ଜଣାପଡ଼ିଛି । ଭୂକମ୍ପରେ କୌଣସି ଜୀବନ ହାନି କିମ୍ବ ସମ୍ପତି ନଷ୍ଟ ହୋଇ ନ ଥିବା କୁହାଯାଉଛି ।
ଏହାପୂର୍ବରୁ ଗତ ୧୩ ତାରିଖରେ ମଧ୍ୟ ଆଫଗାନିସ୍ଥାନବାସୀ ଭୂକମ୍ପ ଝଟକା ଅନୁଭବ କରିଥିଲେ । ଯାହାର ତୀବ୍ରତା ଥିଲା ୪.୦ । ଏହାର ଗଭୀରତା ଥିଲା ୧୦ କି.ମି ।
ଆମେରିକାର କୋଅର୍ଡିନେଶନ୍ ଅଫ୍ ହ୍ୟୁମାନିଟାରିଆନ୍ ଆଫାୟର୍ସ ସୂଚନା ଅନୁସାରେ ଆଫଗାନିସ୍ତାନରେ ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯ୍ୟର ଡର ରହିଛି । ବର୍ଷାଦିନେ ବାତ୍ୟା, ଅନ୍ୟ ସମୟରେ ଭୂମି କମ୍ପ ଏବଂ ଭୂସ୍ଖଳନର ଭୟ ଏହି ଦେଶର ଚର୍ତୁପାଶ୍ୱର୍ରେ ଘୁରୁବୁଲୁଛି ।
ଯାହା ସ୍ଥାନୀୟ ଅଞ୍ଚଳରେ ବଡ଼ ଧରଣର କ୍ଷତି କରିବା ସହ ଲୋକଙ୍କ ପାଇଁ ବସବାସ ଜନିତ ଅସୁବିଧା ଭୋଗିବାକୁ ପଡ଼ୁଛି । ଅନ୍ୟପକ୍ଷେ ସ୍ଥାନୀୟ ଅଞ୍ଚଳର ଉନ୍ନତିକରଣ ମଧ୍ୟ ସମ୍ଭବପର ହୋଇପାରୁ ନାହିଁ ।