fbpx

ବଢ଼ିଚାଲିଛି ଦୁଃଖ ଓ ଯନ୍ତ୍ରଣା: ୪୦୦୦ରେ ପହଞ୍ଚିଲା ଆଫଗାନିସ୍ତାନ ଭୂକମ୍ପର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଗତ ୭ ତାରିଖରେ ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପର ଦୁଃଖ ବେଳକୁ ବେଳ ବଢ଼ିବାରେ ଲାଗିଛି । ପ୍ରଥମ ଦିନରେ ଭୂକମ୍ପରେ ୩୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ତାରିଖ ଦିନ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଥିଲା । ଭଗ୍ନାବଶେଷ ତଳେ ଆହୁରି ଅନେକ ଲୋକ ଫସି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହ) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ମଧ୍ୟ ଆଶଙ୍କା କରାଯାଉଥିଲା ।

ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ଚିନ୍ତାଜନକ ଖବର । ଆଫଗାନିସ୍ତାନ ଭୂକମ୍ପର ମୃତ୍ୟୁ ସଂଖ୍ୟା ଏହା ମଧ୍ୟରେ ୪୦୦୦ରେ ପହଞ୍ଚିଥିବା ନେଇ ସ୍ପଷ୍ଟ ହୋଇଛି । ଦେଶର ଉତ୍ତର-ପୂର୍ବରେ ରହିଥିବା ଜିନ୍ଦା ଜନ ଓ ଘୋରିଆଁ ଜିଲ୍ଲାର ୨୦ଟି ଗ୍ରାମର ୨ ହଜାର ଗୃହ ଭୂକମ୍ପରେ ଧ୍ୱଂସ ପାଇଯାଇଛି । ପ୍ରକୃତ ମୃତକଙ୍କ ସଂଖ୍ୟା ସ୍ଥିର କରିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ।

ଗତ ୭ ତାରିଖ ଦିନ ଆଫଗାନିସ୍ତାନରେ ୬.୨ ତୀବ୍ରତା ବିଶିଷ୍ଟ ଭୂକମ୍ପ ଇରାନ ସୀମା ନିକଟବର୍ତ୍ତୀ ଉତ୍ତର-ପଶ୍ଚିମାଞ୍ଚଳର ହେରାତ ରାଜ୍ୟକୁ ଥରାଇ ଦେଇଥିଲା । ଭୂକମ୍ପର ପ୍ରକୃତ ମୃତ୍ୟୁ ସମ୍ପର୍କିତ ତଥ୍ୟ ଦେବା ସମ୍ଭବ ହେଉ ନଥିବା ବେଳେ ଉକ୍ତ ସଂଖ୍ୟା ୪୦୦୦ ଟପିଥିବା ନେଇ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଅଫିସିଆଲ ଭାବେ କୁହାଯାଇଛି । ତାଲିବାନଙ୍କ ଦ୍ୱାରା ନିଯୁକ୍ତ ଅର୍ଥନୈତିକ ବ୍ୟାପାର ଡେପୁଟି ପ୍ରଧାନମନ୍ତ୍ରୀ ଅବଦୁଲ ଘନୀ ବରାଦର ଓ ତାଙ୍କ ଟିମ ଭୂକମ୍ପ ପ୍ରବଣ ଅଞ୍ଚଳକୁ ଗସ୍ତ କରିବା ସହିତ ପୀଡ଼ିତଙ୍କ ପାଇଁ ତ୍ୱରିତ ଭାବେ ରିଲିଫ ସହାୟତା ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.