fbpx

ଭାରତରେ ଆଶ୍ରୟ ନେଇପାରିବେ ଅଫଗାନ୍ ନାଗରିକ, ଘୋଷଣା ହେଲା ନୂତନ ଭିସା କାଟାଗୋରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଆସିବାକୁ ଚାହୁଁଥିବା ଅଫଗାନ୍ ନାଗରିକ ମାନେ ଆରାମ୍ ରେ ଆସିପାରିବେ । ଏହି ପରିପ୍ରେକ୍ଷୀରେ ଭାରତ ଆସିବାକୁ ଚାହୁଁଥିବା ଆବେନଦକାରୀଙ୍କ ପାଇଁ ନୁତନ ଭିସା ଶ୍ରେଣୀର ଘୋଷଣା ମଙ୍ଗଳବାର କରାଯାଇଛି । ଆଫଗାନିସ୍ତାନର ନାଗରିକ ମାନଙ୍କ ଏହି ଘଡିସନ୍ଧି ମୁହୁର୍ତ୍ତର ସାମ୍ନା କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ତାଲିବାନି ମାନେ ଆଫଗାନିସ୍ତାନ ଉପରେ ସେମାନଙ୍କ ପୂର୍ଣ୍ଣ ଅଧିକାର ଘୋଷଣଶ କରିବା ପରେ ଏହି ନିଷ୍ପତି ନେଇଛି ଭାରତ । ଏହାକୁ ଅନେକ ମହଲରେ ସ୍ୱାଗତ୍ୟଯୋଗ୍ୟ ଭାବେ ଗ୍ରହଣ କରାଯାଇଛି ।

ଗୃହ ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି ଯେ, ଆଫଗାନିସ୍ତାନରେ ବର୍ତ୍ତମାନର ପରିସ୍ଥିତିକୁ ଦେଖି ଗୃହ ମନ୍ତ୍ରାଳୟ ଭିସା ସମ୍ପର୍କିତ ନିୟମକୁ ସମୀକ୍ଷା କରିଛନ୍ତି । ଭାରତରେ ପ୍ରବେଶ କରିବା ପାଇଁ ଭିସା ଆବେଦନକାରୀଙ୍କ ଉପରେ ଖୁବ୍ ଶୀଘ୍ର ନିଷ୍ପତି ନେବା ପାଇଁ “ଇ-ଜରୁରୀକାଳୀନ ଏବଂ ଅନ୍ୟ ଭିସା”ର ଏକ ନୁତନ କାଟାଗୋରୀ ତିଆରି କରାଯାଇଛି ।

ସୂଚନାଯୋଗ୍ୟ, ସୋମବାର ଦିନ ଦେଖିବାକୁ ମିଳିଥିଲା ଯେ, ତାଲିବାନିଙ୍କ ଭୟରେ ଅଫଗାନ୍ ନାଗରିକ ମାନେ ଦେଶ ଛାଡ଼ି ଯିବା ପାଇଁ କାବୁଲ ବିମାନବନ୍ଦରରେ ରୁଣ୍ଡ ହୋଇଥିଲେ । କିଛି ଦେଶ ଛାଡ଼ି ଯିବାରେ ସକ୍ଷମ ହୋଇପାରିଥିବା ବେଳେ ଅନେକ ନାଗରିକ ସେହି ଠାରେ ଫଶି ରହିଛନ୍ତି । କୌଣସି ମତେ ସେମାନେ ଅନ୍ୟ ଦେଶକୁ ଯିବା ପାଇଁ ଚାହୁଁଛନ୍ତି । ଏହା ମଧ୍ୟରେ କିଛି ବିମାନ ଉପରେ ଚଢ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଫଳରେ ବିମାନ ଉଡ଼ାଣ ଭରିବା ପରେ ଖସି ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହାର ଦୃଶ୍ୟ ସମଗ୍ର ବିଶ୍ୱର ନାଗରିକଙ୍କୁ ଚକିତ କରିଥିଲା । ତେଣୁ ଏହିଭଳି ପରିସ୍ଥିତିକୁ ଆଖି ଆଗରେ ରଖି ଅନ୍ୟ ଦେଶ ମାନେ ମଧ୍ୟ ଅଫଗାନ ନାଗରିକଙ୍କୁ ଦେଶ ଛାଡ଼ିବାରେ ସହଯୋଗ କରନ୍ତୁ ବୋଲି ତାଲିବାନ ମାନଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.