fbpx

BIG BREAKING…ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ; ୬ ମୃତ, ୧୩ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଜଣେ ଆତଙ୍କବାଦୀ ଆକ୍ରମଣକାରୀ ଆତ୍ମଘାତୀ ବିସ୍ଫୋରଣ କରିଥିବା ଖବର ମିଳିଛି । କାବିଲ ପୋଲିସ ଏହି ଆକ୍ରମଣକୁ ନିଶ୍ଚିତ କରିଛି । କାବୁଲ ପୋଲିସ କହିଛି ଯେ ସୋମବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିଛି । ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି ।

କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜର୍ଦାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ନିଜ ଶରୀରକୁ ବିସ୍ଫୋରକ ବାନ୍ଧି ବିସ୍ଫୋରଣ କରିଛି । ଦୁର୍ଭାଗ୍ୟବଶତଃ ଜଣେ ମହିଳାଙ୍କ ସମେତ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ଦାୟିତ୍ୱ ନେଇନାହାନ୍ତି । ଦକ୍ଷିଣ କାବୁଲର କାଲା-ଏ-ବଖତିଆର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ପୋଲିସ କହିଛି ଯେ ଏନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.