fbpx

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ୨୮ ଜଣିଆ ଆଥଲେଟିକ୍ସ ଟିମ୍ ଘୋଷଣା କଲା ଭାରତୀୟ ଆଥଲେଟିକ୍ସ ମହାସଂଘ

Advertisement

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ୨୮ ଜଣିଆ ଆଥଲେଟିକ୍ସ ଟିମ୍ ଘୋଷଣା କରିଛି ଭାରତୀୟ ଦୌଡ଼କୁଦ ମହାସଂଘ । ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନୀରଜ ଚୋପ୍ରା ଏହି ଟିମର ନେତୃତ୍ୱ ନେବେ । ଏହି ଟିମରେ ୧୭ ଜଣ ପୁରୁଷ ଓ ୧୧ ଜଣ ମହିଳା ଆଥଲେଟ୍ ରହିଛନ୍ତି । ଆସନ୍ତା ୨୬ ତାରିଖରୁ ପ୍ୟାରିସ ସମର ଅଲିମ୍ପିକ୍ସ ଆରମ୍ଭ ହେବ । ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ ଓ ଅକ୍ଷଦୀପ ସିଂହଙ୍କୁ ଏହି ଟିମରେ ସାମିଲ କରାଯାଇଥିବା ବେଳେ ସେମାନେ ପ୍ରଥମ ଭାରତୀୟ ଭାବେ ଚଳିତ ବର୍ଷ ଆଥଲେଟିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

୩ ବର୍ଷ ପୂର୍ବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ରଚିଥିଲେ । ଚଳିତ ବର୍ଷ କିଶୋର ଜେନା ଜାଭେଲିନ ଥ୍ରୋ’ରେ ନିଜର ଭାଗ୍ୟ ପରୀକ୍ଷା କରିବେ । ସେହିପରି ଗତବର୍ଷ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅନୁ ରାଣୀ ଚଳିତ ଅଲିମ୍ପିକ୍ସ ଇଭେଣ୍ଟରେ ଏଥର ପଦକ ପାଇଁ ଲଢ଼େଇ କରିବେ । ଏସି ହର୍ଡଲର ଜ୍ୟୋତି ୟାରାଜୀ, ଶଟ୍ଟ ପୁଟ୍ଟର ଆଭାବ ଖଟୁଆ ଓ ଷ୍ଟିପଲଚେଜର ପାରୁଲ ଚୌଧରୀ ସେମାନଙ୍କର ଅଲିମ୍ପିକ୍ସ ଡେବ୍ୟୁ କରିବେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରୌପ୍ୟ ପଦକ ବିଜୟିନୀ ପ୍ରିୟଙ୍କା ଗୋସ୍ୱାମୀ ଏକମାତ୍ର ଭାରତୀୟ ଭାବେ ୨୦ କିମି ରେସ ୱାକ ଇଭେଣ୍ଟରେ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.