ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସହକାରୀ ମତ୍ସ୍ୟ ଅଧିକାରୀ (ଏଏଫଓ), ଗ୍ରୁପ-ବି ପଦର ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି ପଦର ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯିବା ସହ ପରୀକ୍ଷାର ପ୍ରୋଗ୍ରାମ ଜାରି କରାଯାଇଛି । ନଭେମ୍ବର ୨୨ ତାରିଖ (ରବିବାର) ଦିନ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ଶିଫ୍ଟରେ ଦୁଇଟି ପେପରର ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୯.୩୦ରୁ ୧୨ ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟରେ ପେପର-୧ ପରୀକ୍ଷା ଓ ଦ୍ୱିପ୍ରହର ୨ଟାରୁ ୪.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।