ଓଡ଼ିଶା ଭାସ୍କର: ୪ ଘଣ୍ଟାର ଅପରେସନ ପରେ ମୁଣ୍ଡରୁ କୁରାଢୀ ବାହାର କରିଛନ୍ତି ଡାକ୍ତର । ୧୨ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡରେ ଧାରୁଆ କୁରାଢି ପଶି ରହିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବିବେକ । ତେବେ ଯାହା ହେଉ, ଶେଷରେ ଡାକ୍ତରଙ୍କ ସଫଳ ଚିକିତ୍ସା ପରେ ସେ ନୂଆ ଜୀବନ ପାଇଛନ୍ତି । ପ୍ରତାପ ଶତପଥୀଙ୍କ ସହ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଏହି କାଠିକର ଅପରେସନରେ ସଫଳତା ଅର୍ଜନ କରିଛନ୍ତି ।
ମୁଣ୍ଡରେ ଲାଗିଥିଲା କୁରାଢ଼ି । ବୋହୁଥିଲା ଅନର୍ଗଳ ରକ୍ତ । ଭିଷଣ କଷ୍ଟରେ ଛଟପଟ ହେଉଥିଲେ । ସମସ୍ତେ ଭାବିଥିଲେ ଆଉ ବଞ୍ଚିବେ ନାହିଁ ବୋଲି । କିନ୍ତୁ ଡାକ୍ତର ମୁଣ୍ଡରୁ କୁରାଢ଼ି ବାହାର କରିଦେଲେ । ନ୍ୟୁରୋସର୍ଜରୀ ବିଭାଗରେ ଅପ୍ରେସନ ପରେ ନୂଆ ଜୀବନ ପାଇଲେ କନ୍ଧମାଳ ଅଞ୍ଚଳର ବିବେକ କଅଁର । ମୁଣ୍ଡ ରେ ଧାରୁଆ ଟାଙ୍ଗିଆ ଭିତରକୁ ପଶିଥିବାବେଳେ ପ୍ରାୟ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇ କଟୁରୀ କଢ଼ାଯାଇଛି । ଏହି ବିଭାଗର ଡା ପ୍ରତାପ ଶତପଥୀ, ଓ ଦୁଇ ଜଣ ବରିଷ୍ଠ ଡାକ୍ତର ଏହି ଜଟିଳ ଅସ୍ତ୍ରୋପଚାରରେ କରିଥିଲେ । ଅସ୍ତ୍ରୋପଚାର ପରେ ବିବେକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି ଏସସିବି ନ୍ୟୁରୋ ସର୍ଜରୀ ବିଭାଗ ଡାକ୍ତର ରୋସନ ମେହେର। ଏହାସହ ଯେତେବେଳେ ବିବେକ ଏସସିବି ରେ ପହଂଚିଥିଲେ ସେହି ସମୟରେ ତାଙ୍କର ଅବସ୍ଥା ଗୁରୁତର ରହିଥିଲା। ମୁଣ୍ଡ ରୁ ରକ୍ତସ୍ରାବ ସାଙ୍ଗକୁ ବହୁତ ବ୍ୟଥା ରେ ଥିଲେ ସେ। ଏପିରିକି ଅପ୍ରେସନ ସମୟରେ ଜଣେ ଡାକ୍ତର ସେହି ଟାଙ୍ଗିଆ କୁ ଧରି ରଖିଥିଲେ । ଯାହା ଫଳରେ ଅନେକ ସମୟ ଧରି ଚାଲିଥିଲା ଅପ୍ରେସନ।
ଆହତ ଙ୍କ ପତ୍ନୀ ମମତା ଦେଇଥିବା ସୁଚନା ଅନୁଯାୟୀ , ବିବେକ ଙ୍କ ବାପା ଓ ତାଙ୍କ ଦୁଇ ଜଣ ଯୁବକ ଘରେ ନିଶା ପାନ କରିବା ସମୟରେ ବଡ଼ ଧରଣ ର ବଚସା ହୋଇଥିଲା। ଏହି ସମୟରେ ବିବେକ କଅଁର ବିବାଦ ରେ ପୂର୍ଣଛେଦ ପକାଇବା ପାଇଁ ଝଗଡା ରୋକିବା ପାଇଁ ପ୍ରୟାସ କରିବା ସମୟରେ ମୁଣ୍ଡ ରେ କୁରାଢ଼ୀ ମାଡ଼ କରିଥିଲେ ତାଙ୍କ ନିଶାସକ୍ତ ବାପା । ଘଟଣା ସ୍ଥଳରେ ଗୁରୁତର ହୋଇଥିଲେ ବିବେକ। ପ୍ରଥମେ ନିକଟସ୍ଥ ଟୀକାବାଲି ହସ୍ପିଟାଲ ପରେପରେ ଏମକେସିଜି ଓ ଶେଷ ରେ ଏସସିବି ମେଡିକାଲରେ ଗତକାଲି ସକାଳ ସମୟରେ ରେ ଭର୍ତି ହୋଇଥିଲେ ବିବେକ। ତେବେ ଗତକାଳି ବିଳମ୍ବିତ ରାତିରେ ଅପ୍ରସନ ଶେଷ ହେବା ପରେ ବିବେକ ବର୍ତ୍ତମାନ ବିପଦ ମୁକ୍ତ ରହିଥିବା କହିଛନ୍ତି ଡାକ୍ତର।