fbpx

(video) ୨୪ ଘଣ୍ଟା ପରେ ୬୦ ଫୁଟ ଗଭୀର ବୋଲୱେଲରୁ ଉଦ୍ଧାର ହେଲା ୮ ବର୍ଷିୟ ଲୋକେଶ, ସାରା ରାତି ଜଗିରହିଥିଲେ ଜିଲ୍ଲାପାଳ

ନୂଆଦିଲ୍ଲୀ : ୬୦ ଫୁଟ ଗଭୀର ବୋରୱେଲକୁ ଖସି ପଡ଼ିଥିବା ଆଠ ବର୍ଷର ଲୋକେଶ ଉଦ୍ଧାର ହୋଇଛନ୍ତି । ବୁଧବାର ପ୍ରାୟ ୨୪ ଘଣ୍ଟା ପରେ ବାଳକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏସଡିଆରଏଫ୍ ଟିମ୍ ର ୩ଟି ଟିମ୍ ଏବଂ ଏଡ଼ଡିଆରଏଫ୍ ର ଗୋଟିଏ ଟିମ୍ ୨୪ ଘଣ୍ଟାର କଠିନ ପରିଶ୍ରମ ପରେ ବାଳକକୁ ସୁରକ୍ଷିତ ଭାବେର କରିଛନ୍ତି । ଉଦ୍ଧାର ପରେ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ଏପର‌୍ୟ୍ୟନ୍ତ ଶିଶୁର ସ୍ୱାସ୍ଥ୍ୟ ବିଷୟରେ ସୂଚନା ମିଳିନାହିଁ ।

 

ସୂଚନାଯୋଗ୍ୟ, ବିଦିଶା ଜିଲ୍ଲାରେ ଆଠ ବର୍ଷୀୟ ୬୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିଲେ । ଏହି ଘଟଣା ସମ୍ପର୍କରେ ମଙ୍ଗଳବାର ସକାଳେ ଜଣାପଡିଥିଲା । ଦିନ ପ୍ରାୟ ୧୧.୩୦ ରୁ ଉଦ୍ଧାର କାର‌୍ୟ୍ୟ ଆରମ୍ଭ ହୋଇଥିଲା । ଏଥିରେ ପୋଲିସ ଏବଂ ଏନଡିଆରଏଫ ଟିମ୍ ସମ୍ପୃକ୍ତ ଥିଲେ। ୨୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାଳକାରୀ ଦଳ ଲୋକେଶ ପାଖରେ ପହଞ୍ଚିଥିଲେ । ବାହାରକୁ ଅଣାଯାଇ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ସାରା ରାତି ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ବୋରୱେଲ ନିକଟରେ ଏକ ସମାନ୍ତରାଳ ୪୫ ଫୁଟର ଅନ୍ୟ ଏକ ଟନେଲ ଖୋଳା ଯାଇଥିଲା । ଶିଶୁକୁ ନିରନ୍ତର ଅମ୍ଳଜାନ ଯୋଗାଯାଉଥିଲା । ଟନେଲ ନିକଟରେ ଏକ ଆମ୍ବୁଲାନ୍ସ ପାର୍କିଂ କରାଯାଇଥିଲା। ଶିଶୁ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ଡକାଯାଇଥିଲା। ଶିଶୁଟିକୁ ବାହାରକୁ ଆଣିବା ମାତ୍ରେ ତାଙ୍କୁ ୧୪ କିଲୋମିଟର ଦୂରରେ ଥିବା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଶିଶୁର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଏପର‌୍ୟ୍ୟନ୍ତ ଜଣାପଡିନାହିଁ।

Get real time updates directly on you device, subscribe now.