fbpx

୩ ଘଣ୍ଟା ବର୍ଷା ପରେ ଲୋକଙ୍କ ଘରେ ପଶିଲା ପାଣି, ଅନେକ ସ୍ଥାନରେ ସଡକ ପାଲଟିଲା ପୋଖରୀରେ…

ଲକ୍ଷ୍ନୌ: ୟୁପି ଲକ୍ଷ୍ନୌରେ ଗତ କାଲି ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଲୋକମାନଙ୍କ ଘରେ ପାଣି ପସିଛି । ଏହା ଛଡା ଲକ୍ଷ୍ନୌରେ ପ୍ରସିଦ୍ଧ ୧୦୯୦ ଛକ ପାଖରେ ଏକ ସଡକ ମଧ୍ୟ ଧସେଇ ପସିଛି । ଏହାର ଭିଡିଓ ଏବେ ସୋସିଆ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ରାସ୍ତାର ଗୋଟିଏ ପଟେ ଗାତ ହୋଇ ଯାଇଛି ଏବଂ ଅନ୍ୟ ପାଶ୍ୱର୍ରେ ରାସ୍ତା ଦବି ଯାଇଛି । ଏଠାରେ ଯେଉଁ ଗାତ ହୋଇଛି ତାହା ଲୋକମାନଙ୍କ ନଜରକୁ ଆସିବା ପାଇଁ ଏହା ଉପରେ କୌଣସି ଲୋକ ଗଛର ଡାଳ ପତ୍ର ରଖିଛନ୍ତି । କିନ୍ତୁ ଏହା ଏକ ଅସ୍ଥାୟୀ ସମାଧାନ, ଯଦି କୌଣସି ଗାଡି ଭୁଲରେ ଏହାଉପରେ ଚଢିଯାଏ ତେବେ ଏକ ବଡ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ।

ସହରରେ ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବା ସହ ବିଜୁଳି ସହ ଘଡଘଡି ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ତେବେ ଏଠାରେ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବା ସହିତ ଲୋକମାନଙ୍କୁ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ।

ପାଣିପାଗ ବିଭାଗ ଅନେକ ସତର୍କ ସୂଚନା ଜାରି କରିଛି । ପ୍ରବଳ ବର୍ଷା ଯୋଗୁଁ ଏଠାରେ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଇଛି । ଏହାଛଡା ବର୍ଷା ଯୋଗୁ ଟ୍ରାଫିକ ଜାମର ପରିସ୍ଥିତି ଉପୁଜି ପାରରେ । ଏଥି ପାଇଁ ଘରୁ ବାହାରକୁ ନ ବାହାରିବା ପାଇଁ ସୂଚନା ଦିଆଯାଇଛି । ନାଳ ଗୁଡିକରେ ପାଣି ସ୍ତର ବଢି ପାରେ ତେଣୁ ସେଗୁଡିକ ଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାରକାରୀ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.