fbpx

ସ୍ତ୍ରୀ ସହିତ ଝଗଡ଼ା କରିବା ପରେ ସୁନ୍ଦର ପିଚଇ ତିଆରି କରିଥିଲେ Google Map! ପଢ଼ନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ଆଜିକା ସମୟରେ ଯଦି କୌଣସି ସ୍ଥାନ ସମ୍ପର୍କରେ ଆମେ ଜାଣି ନଥାଉ ତାହେଲେ ଖୁବ୍ ସହଜରେ ଆମେ ଗୁଗୁଲ ମ୍ୟାପ୍ ସାହାଯ୍ୟ ପତା ଲଗାଇପାରୁ । ସ୍ଥାନଟି ଯେଉଁଠି ବି ହେଉ ନାହ କାହିଁକି ଗୁଗୁଲ ମ୍ୟାପ୍ ଖୁବ୍ ସାହାଯ୍ୟରେ ଆସିଥାଏ । ଏମତିକି ଯଦି ଆମେ ଘରେ ବସି ବି କେଉଁ ରାସ୍ତା କେଉଁ ଆଡ଼କୁ ଯାଇଛି ସେ ସମ୍ପର୍କରେ ବି ଖୁବ୍ ସହଜରେ ଜାଣିପାରୁ । ତେବେ ଏହିସବୁ ସମ୍ଭବ କେବଳ ଗୁଗୁଲ ମ୍ୟାପ୍ ଯୋଗୁଁ ହିଁ ହୋଇପାରେ ।

ତେବେ ଏହି ଗୁଗୁଲ ମ୍ୟାପ୍ ଆପ୍ କୁ ବିକଶିତ କରିବାର ଉପାୟ ପ୍ରଥମେ ଗୁଗୁଲର ସିଇଓ ସୁନ୍ଦର ପିଚଇଙ୍କ ମୁଣ୍ଡକୁ ହିଁ ଆସିଥିଲା । ତେବେ ସୁନ୍ଦର ପିଚଇ ଏବେ ଆଲ୍ଫାବେଟ୍ ର ସିଇଓ ରହିଛନ୍ତି । ଆଉ ଯଦି ଆପଣ ଆଲ୍ଫାବେଟ୍ ସମ୍ପର୍କରେ ଜାଣି ନାହାନ୍ତି ତେବେ ଗୁଗୁଲ କରି ନିଅନ୍ତୁ । ଗୁଗୁଲ ପରି ଆଲ୍ଫାବେଟ୍ ମଧ୍ୟ ଏକ ବଡ଼ କମ୍ପାନୀ । ତେବେ ସୁନ୍ଦର ପିଚଇ ଆମେରିକାରେ ରୁହନ୍ତି । ଏହି କଥା ୨୦୦୪ ମସିହାର ।

ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ଘରକୁ ଡିନର୍ ପାଇଁ ନିମନ୍ତ୍ରଣ କରିଥିଲେ । ତେଣୁ ସେ ସେଠାକୁ ନିଜ ପତ୍ନୀଙ୍କ ସହିତ ଯିବାକୁ ସ୍ଥିର କଲେ । ସୁନ୍ଦର କହିଥିଲେ ଯେ, ସେ ସିଧା ଅଫିସ୍ ରୁ ଡିନର୍ ପାଇଁ ଯିବେ । ତେଣୁ ସେ ତାଙ୍କ ପତ୍ନୀଙ୍କୁ କହିଲେ ଯେ, ସେ ବି ସିଧା ଡିନର୍ ପାଇଁ ପହଞ୍ଚିଯିବେ । ଅର୍ଥାତ୍ ସୁନ୍ଦର ଅଫିସ୍ ରୁ ଡିନର୍ ପାଇଁ ଯାଇଥାନ୍ତେ ଓ ତାଙ୍କ ପତ୍ନୀ ଘରୁ ଡିନର୍ କୁ ଆସିଥାନ୍ତେ । ତେବେ ଡିନର୍ ପ୍ରୋଗ୍ରାମ୍ ରାତି ୮ଟାରେ ଥିଲା । ତାଙ୍କ ପତ୍ନୀ କାର୍ ଯୋଗେ ପହଞ୍ଚିଯାଇଥିଲେ । ହେଲେ ସୁନ୍ଦର ବାଟ ଭୁଲିଯାଇଥିଲେ । ଆଉ ପହଞ୍ଚିବା ବେଳକୁ ରାତି ୧୦ ବାଜିଗଲା । ସୁନ୍ଦର ପହଞ୍ଚିବା ବେଳକୁ ପତ୍ନୀ ଡିନର୍ କରି ଘରକୁ ଫେରିଯାଇଥିଲେ ।

ଆଉ ସୁନ୍ଦର ସାଙ୍ଗଙ୍କ ଘରୁ କିଛି ନଖାଇ ନିଜ ଘରକୁ ଚାଲିଗଲେ । ଘରକୁ ଯାଇ ତାଙ୍କର ପତ୍ନୀଙ୍କ ସହିତ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । କାରଣ ସେ ସମୟରେ ପହଞ୍ଚି ପାରିନଥିଲେ ଓ ଖୁବ୍ ବେଜିତ୍ ହୋଇଥିଲେ । ଆଉ ଅଞ୍ଜଳୀ ଙ୍କ ଉପରେ ଖୁବ୍ ରାଗିବା ପରେ ପୁଣି ଅଫିସ୍ ଫେରିଯାଇଥିଲେ । ପୂରା ରାତି ଅଫିସ୍ ରେ ରହିଗଲେ । ଆଉ ସେହି ଠାରେ ଚିନ୍ତା କରିଥିଲେ ଯେ, ସେ ଯେପରି ରାସ୍ତା ଭୁଲି ଗଲେ ତାଙ୍କ ପରି ଅନେକ ଲୋକ ରାସ୍ତା ଭୁଲି ଯାଉଥିବେ । ଆଉ ମନକୁ ତାଙ୍କର ଆସିଥିଲା ଯେ, ଯଦି ତାଙ୍କ ପାଖରେ ମ୍ୟାପ୍ ଥାଆନ୍ତା ତାହେଲେ ସେ ରାସ୍ତା ଖୋଜିବାରେ ଅସୁବିଧା ହୋଇନଥାନ୍ତା ।

ଆଉ ତା ପରଦିନ ସେ ନିଜର ପୂରା ଟିମ୍ କୁ ଡାକିଥିଲେ ଓ ପ୍ଲାନ୍ ସମ୍ପର୍କରେ ସବୁ କଥା ବୁଝାଇଥିଲେ । ଆଉ ପୂରା ୨ ଦିନ ପର୍ଯ୍ୟନ୍ତ ଏହାକୁ ନେଇ ମିଟିଂ ହେବାକୁ ଲାଗିଲା । ଆଉ ସେ ଓ ତାଙ୍କ ଟିମ୍ ପରିଶ୍ରମ କରି ୧୦୦୫ରେ ଗୁଗୁଲ ମ୍ୟାପ୍ ତିଆରି କରି ଲଞ୍ଚ କଲେ । ୨୦୦୮ରେ ଭାରତରେ ଏହା ଲଞ୍ଚ ହୋଇଥିଲା । ଆଉ ଏବେ ଏହା ହଜିଯାଇଥିବା ଲୋକଙ୍କୁ ଖୁବ୍ ସହଜରେ ରାସ୍ତା କହିପାରୁଛି । ବହୁଳ ଭାବେ ବ୍ୟବହାର ହେଉଥିବା ଆପ୍ ମଧ୍ୟରୁ ଏହା ହେଉଛି ଗୋଟିଏ ।

Get real time updates directly on you device, subscribe now.