fbpx

ଗପିବା ପାଇଁ ଗଣି ଗଣି ଟଙ୍କା ନଉଛି ପ୍ରେମିକା; ହେଲେ ପ୍ରେମିକ ଦେଉଛି କାହିଁକି?

ନୂଆଦିଲ୍ଲୀ: ପ୍ରେମ ଏମିତି ଏକ ସମ୍ପର୍କ ଯାହା ବିଶ୍ୱାସ ଓ ଭଲ ପାଇବା ଉପରେ ନିର୍ଭର କରିଥାଏ । ଧୋକା ଦେବା ଦ୍ୱାରା ଏହି ସମ୍ପର୍କ ଉପରେ ଆଉ ଥରେ ବିଶ୍ୱାସ କରିବା କଷ୍ଟକର ହୋଇ ପଡିଥାଏ । ତେବେ କିଛି ଲୋକଙ୍କ ଧୋକା ଦେବାର ଅଭ୍ୟାସ ସହଜରେ ଯାଇନଥାଏ । ଏମିତି କିଛି ଲୋକ ରହିଥାନ୍ତି ଯେଉଁମାନେ କୁହନ୍ତି, ଥରେ ଧୋକା ଖାଇବା ପରେ ଦ୍ୱିତୀୟ ସୁଯୋଗ ଦେବା ଅନୁଚିତ । ତେବେ ଏମିତି ଏକ ଦ୍ୱତିୀୟ ସୁଯୋଗ ଦେଇ ଚର୍ଚ୍ଚାରେ ରହିଛନ୍ତି ଜଣେ ଯୁବତୀ । ଧୋକା ଦେଇଥିବା ପ୍ରେମିକକୁ କଥା ହେବାର ପୁନର୍ବାର ସୁଯୋଗ ଦେଇଥିଲେ ହେଁ ଏଥିରେ ଏକ ଟ୍ୱିଷ୍ଟ ରହିଛି ।

ମିସୌରୀର କାନସାସ ସହରର ଯୁବତୀ ହେଲୀ ପିୟର୍ସ ଏମିତି ଏକ ଖବର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି ଚର୍ଚ୍ଚିତ ହୋଇଛନ୍ତି । ଧୋକା ଦେବା ପରେ ବି ନିଜର ପ୍ରେମିକାକୁ ଦ୍ୱିତୀୟ ସୁଯୋଗ ଦେଇଛନ୍ତି ହେଲୀ । ତେବେ ଏଥିରେ ମଧ୍ୟ ଏକ ଟ୍ୱିଷ୍ଟ ରହିଛି । ଥରେ ନିଜ ପ୍ରେମିକ ସହିତ ଚାଟ କରିବା ପାଇଁ ୨୦ ହଜାର ଟଙ୍କା ଚାର୍ଜ କରୁଛନ୍ତି ହେଲି । ଦୁଇବର୍ଷର ସମ୍ପର୍କ ପରେ ପ୍ରେମିକ ଧୋକ ଦେଉଥିବା ନେଇ ହେଲିଙ୍କୁ ଜଣାପଡିଥିଲା । ହେଲି ବ୍ରେକଅପ କରିବା ପରେ ପ୍ରେମିକ ଜଣଙ୍କ ପୁନର୍ବାର ଆସିଥିଲା । ପ୍ରେମିକ ଦ୍ୱିତୀୟ ସୁଯୋଗ ମାଗୁଥିବାର ଭିଡିଓ ହେଲୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଥିବା ବେଳେ ଏହାକୁ ୪୪ ଲକ୍ଷ ଲୋକ ଦେଖି ସାରିଲେଣି । ଚାଟ ପାଇଁ ୨୦ ହଜାର ଟଙ୍କା ନେଉଥିବା ବେଳେ ଭେଟିବା ପାଇଁ ଅଲଗା ଚାର୍ଜ କରୁଥିବା ପ୍ରକାଶ କରିଛନ୍ତି । ଏହି ଅର୍ଥକୁ ହେଲି ନିଜ କଲେଜ ପଢାରେ ଖର୍ଚ୍ଚ କରିଥିବା ଜଣାପଡିଛି ।

Get real time updates directly on you device, subscribe now.