fbpx

ଏହି ବର୍ଷ କ୍ୟାଟ୍ରିନା ଓ ଭିକିଙ୍କ ପଡ଼ିବ ହାତଗଣ୍ଠି, ଆସିଲା ୱେଡିଂ ଭେନ୍ୟୁ

ମୁମ୍ବାଇ: ଗତ କିଛି ସମୟ ହେବ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ୍ ଙ୍କ ରିଲେସନ୍ କୁନେଇ ଚର୍ଚ୍ଚା ଜୋର୍ ଧରିଛି । ଦୁହେଁ ଏ ସମ୍ପର୍କରେ କିଛି ଖୁଲାସା କରିନାହାନ୍ତି ସତ କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଶୁଣିବାକୁ ମିଳିଛି । ଅନେକ ସମୟରେ ଦୁହିଁଙ୍କୁ ଏକାଠି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ନିକଟରେ ଏକ ଖବର ସାମନାକୁ ଆସିଥିଲା ଯେଉଁଥିରେ କୁହାଯାଇଥିଲା ଯେ, କ୍ୟାଟ୍ରିନା ଓ ଭିକି ଗୁପ୍ତ ଭାବେ ନିର୍ବନ୍ଧ ସାରିଛନ୍ତି । ହେଲେ ଏହି କଥାକୁ ଭିକିଙ୍କ ବାପା ଶ୍ୟାମ କୌଶଲ ପ୍ର୍ରତ୍ୟାଖ୍ୟାନ କରିଥିଲେ ଓ ଗୁଜବ ବୋଲି ପ୍ରତିକ୍ରିୟା ଦେଇଥିଲେ ।

କିନ୍ତୁ ଏବେ ଆଉ ଏକ ଖବର ଶୁଣିବାକୁ ମିଳିଛି । ଯାହା ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି କରିଦେବ । ଖବର ଟି ହେଉଛି ଏହି ବର୍ଷ ଶେଷ ଆଡ଼କୁ ଭିକି ଓ କ୍ୟାଟ୍ରିନା ବିବାହ କରିବେ । ଦୁହେଁ ରାଜସ୍ଥାନରେ ବିବାହ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ହୋଇଛି । ହେଲେ ଭିକି ଓ କ୍ୟାଟ୍ରିିନା ଏହି ସମ୍ପର୍କରେ କୌଣସି ବୟାନ ରଖିନାହାନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଦୁହେଁ ନିଜ ଫିଲ୍ମରେ ବ୍ୟସ୍ତ ଅଛନ୍ତି । କ୍ୟାଟ୍ରିନା ଟାଇଗର୍-୩ର ଶୁଟିଂ ରେ ବ୍ୟସ୍ତ ଅଛନ୍ତି । ଏଥିରେ ସଲମାନଙ୍କ ସହ ତାଙ୍କୁ ଦେଖିବେ ଦର୍ଶକ । ଏହା ବ୍ୟତୀତ କ୍ୟାଟ୍ରିନା “ସୂର୍ଯ୍ୟବଂଶୀ”, “ଫୋନ୍ ଭୁତ୍” ଓ “ଜୀ ଲେ ଜରା” ରେ ବି ନଜର ଆସିବେ । ଅନ୍ୟପଟେ “ସେମ୍ ବାହାଦୁର”, “ସରଦାର୍ ଉଧମ ସିଂହ” ରେ ଭିକିଙ୍କୁ ଦେଖିବାକୁ ମିଳିବ ।

Get real time updates directly on you device, subscribe now.