fbpx

କରୋନା ଓ ବ୍ଲାକ୍ ଫଙ୍ଗସ୍ ଭିତରେ ଦିଲ୍ଲୀରେ ବ୍ୟାପୁଛି ଡେଙ୍ଗୁ-ଚିକନଗୁନିଆ

Advertisement

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ବିପଦକୁ ସାମ୍ନା କରୁଛି ଦେଶ । ମହାମାରୀ କରୋନା ଭାଇରସ୍ ସଂକ୍ରମଣ ସମ୍ପୂର୍ଣ୍ଣ ଦୂରେଇବା ପୂର୍ବରୁ ଭାରତରେ ଦେଖାଦେଲା ବ୍ଲାକ୍ ଫଙ୍ଗସ୍ ଭଳି ମାରାତ୍ମକ ରୋଗ । ଏହାକୁ ମଧ୍ୟ ସରକାର ମହାମାରୀ ଘୋଷଣା କଲେ । ଏହାରି ଭିତରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ କଲବଲ କରିସାରିଲାଣି । ଆରବ ସାଗରରୁ ସୃଷ୍ଟି ବାତ୍ୟା ତଉକ୍ତେ ପାଇଁ ବିପୁଳ କ୍ଷତି ଘଟିଥିବାବେଳେ ପୁଣି ବଙ୍ଗୋପ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା ୟଶ୍ ବୁଧବାର ଓଡ଼ିଶାରେ ମାଡ଼ ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିପୁଳ କ୍ଷତି ପହଞ୍ଚାଇବା ପରେ ଏହା ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ରଚିଛି । ସେହିପରି ମଧ୍ୟରାତ୍ରି ସୁଦ୍ଧା ଛତିଶଗଡ଼ରେ ୟଶ୍ ସ୍ଥଳଭାଗ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଏଭଳି ବିପତ୍ତିଗୁଡ଼ିକ ମଧ୍ୟରେ ଦେଶକୁ ପୁଣି ନୂଆ ରୋଗ କବଳିତ କରିଥିବା ଖବର ଆସିଛି । ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଙ୍ଗୁ ଓ ଚିକୁନଗୁନିଆ ଭଳି ରୋଗ ବ୍ୟାପିଚାଲିଛି ।

ଡେଉଁଛି ଡେଙ୍ଗୁ: ଆଠ ବର୍ଷର ରେକର୍ଡ ଭାଙ୍ଗିଲାଣି

ଦିଲ୍ଲୀ ସମସ୍ତ ମହାନଗର ନିଗମ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହକ ମଧ୍ୟରେ ୪ଟି ଡେଙ୍ଗୁ ସଂକ୍ରମିତ କେସ୍ ସାମ୍ନାକୁ ଆସିଛି । ସେହିପରି ଚିକନଗୁନିଆର ଗୋଟିଏ ଏବଂ ମ୍ୟାଲେରିଆ ଜନିତ ୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଗତ ୫ ମାସ ମଧ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୨୫ରେ ପହଞ୍ôଚ ସାରିଛି । ୨୦୧୩ ପରଠାରୁ ଦିଲ୍ଲୀରେ ଏହି ସଂଖ୍ୟା ସବୁଠାରୁ ଅଧିକ । ତେବେ ମେ ମାସରେ ଡେଙ୍ଗୁ ସଂକ୍ରମଣ ବଢ଼ିବା ନେଇ କରୋନା ଓ ଲକଡାଉନ୍ ଏକ କାରଣ ବୋଲି କୁହାଯାଉଛି । ମହାନଗର ନିଗମର ଜଣେ ଅଧିକାରୀଙ୍କ କହିବା ହେଲା କରୋନା ସଂକ୍ରମଣ ଭୟ କାରଣରୁ ଲୋକଙ୍କ ଘରେ ବିଶୋଧନ ଓ ସେବା ଯୋଗାଉଥିବା କର୍ମଚାରୀ ପହଞ୍ôଚ ପାରୁନାହାନ୍ତି । ସେହିପରି କିଛିଦିନ ପୂର୍ବେ କ୍ରମାଗତ ବର୍ଷା ହେବା ଫଳରେ ମଶା ବଂଶ ବୃଦ୍ଧି ପାଇଥିବାରୁ ରୋଗ ବ୍ୟାପୁଥିବା କୁହାଯାଉଛି । ଅନ୍ୟପକ୍ଷରେ ଏଥିରୁ ବର୍ତ୍ତିବା ପାଇଁ ଓ ରୋଗ ବ୍ୟାପିବାକୁ ପ୍ରତିହତ କରିବା ପାଇଁ ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

 

Get real time updates directly on you device, subscribe now.