fbpx

ମରିବା ପରେ ଶରୀରରୁ ଏହି ଅଙ୍ଗକୁ କାଢ଼ି ରଖନ୍ତି ଲୋକେ, ଜାଣନ୍ତୁ ଏହି ପରମ୍ପରା ପଛର କାରଣ

ନୂଆଦିଲ୍ଲୀ: ଦେଶ ସମେତ ବିଶ୍ୱର ଅନେକ କୋଣ-ଅନୁକୋଣରେ ଅଲଗା ଅଲଗା ପରମ୍ପରା ପାଳନ ହୋଇଥାଏ । କେଉଁଠି ବାହାଘରରେ କନ୍ୟା କପଡ଼ା କାଢ଼ିବାର ନିୟମ ରହିଛି ତ ଆଉ କେଉଁଠି ବିବାହ ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ ମହିଳାଙ୍କୁ ପ୍ରତିଦିନ ୧ ଘଣ୍ଟା ଶୋଇବାର ପରମ୍ପରା ରହିଛି । ଏଭଳି ଏକ ପରମ୍ପରା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପରିବାରରେ କାହାର ମୃତ୍ୟୁ ହେଲେ, ଲୋକମାନେ ନିଜ ହିସାବରେ ଶେଷକୃତ୍ୟ ସମ୍ପନ୍ନ କରିଥାନ୍ତି । କେହି କାନ୍ତି କାନ୍ତି ଦୁଃଖ ମନାନ୍ତି ତ ଆଉ କିଏ ମନେରଖିବାକୁ ସମାଜ ପାଇଁ କିଛି ଭଲ କାମ କରିଥାନ୍ତି । କିନ୍ତୁ ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ମରିଥିବା ବ୍ୟକ୍ତିର ଦାନ୍ତ କାଢ଼ି ନିଜ ପାଖରେ ରଖିବାକୁ ପରମ୍ପରା ପାଳନ କରନ୍ତି ।

ଏପରି ଅଜବ ପରମ୍ପରା ୟୁକେର ବେଲ୍ସ ସହରରେ ହେଉଛି । DeathTeethStory ନାମରେ ଜଣେ ମହିଳା ଏପରି ଅଜବ ପରମ୍ପରାର କାହାଣୀ ସେୟାର କରି ଲୋକଙ୍କ ରାୟ ମାଗିଛନ୍ତି । ମହିଳା କହିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ କରିବାରରେ ଯଦି କାହାର ମୃତ୍ୟୁ ହୁଏ, ତେବେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ସେମାନଙ୍କ ଦାନ୍ତ କାଢ଼ିଦିଆଯାଏ । ପରେ ସେହି ଦାନ୍ତକୁ ମୃତକଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ମଧ୍ୟରେ ବଣ୍ଟାଯାଏ । ଯେଉଁ ସମ୍ପର୍କୀୟ ଯେତେ ପ୍ରିୟ ହୋଇଥାଏ, ତାକୁ ସେହି ଉପାୟରେ ଦାନ୍ତ ମିଳିଥାଏ । ଏହା ସହ ମୃତକ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ ଯେତେ ଦାନ୍ତ ସଂଗ୍ରହ କରିଥିବେ, ସେହି ଦାନ୍ତଗୁଡିକୁ ତାଙ୍କ ସହିତ ଅନ୍ତିମ ସଂସ୍କାରରେ ଦିଆଯାଏ ।

Get real time updates directly on you device, subscribe now.