ଡାଲି ଖାଇବା ପରେ ଫୁଲି ଯାଉଛି ପେଟ, ହେଉଛି ଗ୍ୟାସ୍, ତେବେ ଜାଣନ୍ତୁ ଅଲଗା ଅଲଗା ଡାଲିକୁ ଭିଜାଇବାର ଉପାୟ

ଡାଲିକୁ ଏହିପରି ଭିଜାଇଲେ ହେବନି ଗ୍ୟାସ୍।

ଓଡିଶାଭାସ୍କର: ପ୍ରୋଟିନ୍ ଯୁକ୍ତ ଡାଲି ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ପ୍ରକାର ଲାଭ ମିଳିପାରେ। କିନ୍ତୁ କେତେକ ସମୟରେ କିଛି ଡାଲି ଖାଇବା ପରେ ପେଟ ଫୁଲିବା କିମ୍ୱା ଗ୍ୟାସ୍ ସମସ୍ୟା ଦେଖାଯାଏ।

ଯଦି ଆପଣ ଡାଲିକୁ ଠିକ୍ ଭାବରେ ନ ଭିଜାନ୍ତି, ତେବେ ଡାଲି ଖାଇବା ପରେ ଆପଣଙ୍କୁ ପେଟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଡାଲିକୁ କିପରି ଭିଜାଯିବ ସେ ବିଷୟରେ ମଧ୍ୟ ଜାଣିବା ଉଚିତ୍।

ଚୋପା ଛଡ଼ା ଡାଲିକୁ କିପରି ଭିଜାଇବା ଉଚିତ:

ଚୋପା ଛଡ଼ା ଡାଲି ମଧ୍ୟରେ ଲାଲ ମସୁର, ମୁଗ ଡାଲି ଏବଂ ହରଡ଼ ଡାଲି ଅନ୍ତର୍ଭୁକ୍ତ। ଆପଣ ଚୋପା ଛଡ଼ା ଲାଲ ମସୁର, ମୁଗ ଡାଲି ଏବଂ ହରଡ଼ ଡାଲିକୁ ଅତି କମରେ ୩୦ ମିନିଟ୍ ପାଣିରେ ଭିଜାଇ ରଖିବା ଉଚିତ। ଅନ୍ୟପକ୍ଷରେ ଚୋପା ଅଛଡ଼ା ଡାଲିକୁ ପ୍ରାୟ ୨-୪ ଘଣ୍ଟା ପାଣିରେ ବୁଡ଼ାଇ ରଖିବା ଉଚିତ।

ଡାଲିକୁ ଭିଜାଇବାର ପଦ୍ଧତି: ମୁଗ ଡାଲିକୁ ପାଣିରେ ବହୁତ ସମୟ ପାଇଁ ଭିଜାଇ ରଖିବା ଆବଶ୍ୟକ। ଯଦି ଆପଣ ଡାଲିକୁ ରାନ୍ଧୁଛନ୍ତି, ତେବେ ସେଗୁଡ଼ିକୁ ୬ ରୁ ୮ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ।

ଭଙ୍ଗା ଚଣା ଡାଲିକୁ ଅତି କମରେ ୨ ରୁ ୪ ଘଣ୍ଟା ପାଇଁ ପାଣିରେ ଭିଜାଇ ରଖିବା ଉଚିତ। ଯଦି ଆପଣ ଏହିପରି ଡାଲିକୁ ଭିଜାଇ ଦିଅନ୍ତି, ତେବେ ପେଟ ସମସ୍ୟାର ଆଶଙ୍କା କମ୍ ହୋଇପାରିବ।

ରାଜମା-ଛୋଲେକୁ କିପରି ଭିଜାଇବା ଉଚିତ: ପ୍ରାଚୀନ କାଳରୁ ରାଜମା ଏବଂ ଚଣାକୁ ରାତିସାରା ପାଣିରେ ଭିଜାଇ ରଖାଯାଇଆସୁଅଛି। ପେଟ ସମସ୍ୟାର ଆଶଙ୍କା କମ କରିବା ପାଇଁ, ଆପଣ ସେଗୁଡ଼ିକୁ ରାନ୍ଧିବା ସମୟରେ ଏକ ତେଜପତ୍ର, ଅଳେଇଚ ଏବଂ ଦୁଇଟି ଲବଙ୍ଗ ବ୍ୟବହାର କରିପାରିବେ।

ଡାଲି ରାନ୍ଧିବା ସମୟରେ ହେଙ୍ଗୁ, ଜିରା ଏବଂ ଅଦାର ତଡ଼କା ଦିଅନ୍ତୁ। ପରବର୍ତ୍ତୀ ସମୟରେ ଡାଲି ରାନ୍ଧିବା ସମୟରେ ଏହି ଛୋଟ ଟିପ୍ସଗୁଡ଼ିକୁ ମନେରଖନ୍ତୁ। ଦେଖିବେ ଗ୍ୟାସ୍ ସମସ୍ୟା ଦୂର ହୋଇଯିବ।