fbpx

ହୋଲି ପରେ ମହଙ୍ଗା ହୋଇଯିବ ବିଜୁଳି ଦର: ଉପଭୋକ୍ତାଙ୍କୁ ଲାଗିବ ବିଦ୍ୟୁତ ଝଟକା

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦରଦାମ୍ ବୃଦ୍ଧି ଦେଶବାସୀଙ୍କୁ ହନ୍ତସନ୍ତ କରିଚାଲିଛି । ବର୍ତ୍ତମାନ ଆଉ ଏକ ଅତ୍ୟାବଶ୍ୟକ ସମ୍ବଳ ଉପରେ ହେବ ମହଙ୍ଗା ମାଡ । ହୋଲି ପରେ ଦେଶବାସୀଙ୍କୁ ଇଲେକ୍ଟ୍ରିସିଟି ଉପରେ ମଧ୍ୟ ଏକ ଝଟକା ଦେବେ ସରକାର । ରାଜ୍ୟରେ ବିଜୁଳି ଦର ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି । ଏ ନେଇ ଝାଡଖଣ୍ଡ ବିଜୁଳି ବିତରଣ ନଗର ଲିମିଟେଡ ବିଜୁଳି ଦାମରେ ୨୦ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସରକାର ଗ୍ରହଣ କରି ନେଇଛନ୍ତି ।

୨୦୨୩-୨୪ ବର୍ଷ ପାଇଁ ଝାଡଖଣ୍ଡ ବିଦ୍ୟୁତ ବିତରଣ ନିଗମ ଲିମିଟେଡର ଏହି ପ୍ରସ୍ତାବକୁ ଆୟୋଗ ଅଧ୍ୟୟନ କରି ସାରିଥିବା ବେଳେ ଏହି ମାସ ଶେଷରେ ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ଜନଶୁଣାଣି କରାଯିବ । ଏହି ଜନଶୁଣାଣି ପରେ ଆୟୋଗ ତରଫରୁ ନୂଆ ଦର ନିର୍ଦ୍ଧାରଣ କରାଯିବ । ସୂଚନା ଅନୁଯାୟୀ, ନୂଆ ଦର ଆଗାମୀ ଏପ୍ରିଲ ମାସରୁ ଲାଗୁ କରାଯିବ । ୭୪୦୦ କୋଟିର କ୍ଷତି ଦେଖାଇବା ସହ ଏହାର କ୍ଷତିପୂରଣ ପାଇଁ ଦରବୃଦ୍ଧି ଆବଶ୍ୟକ ବୋଲି କହିଛି ବିଜୁଳି ବିତରଣ ନିଗମ । ଏହି ଅନୁସାରେ, ନିଗମକୁ ୨୦୨୦-୨୧ ବର୍ଷରେ ୨୨୦୦ କୋଟି, ୨୦୨୧-୨୨ରେ ୨୬୦୦ କୋଟି ଏବଂ ୨୦୨୨-୨୩ରେ ୨୫୦୦ କୋଟି ଟଙ୍କାର କ୍ଷତି ଦର୍ଶାଯାଇଛି । ଏହାବ୍ୟତୀତ ଗତ ୩ ବର୍ଷରୁ ବିଜୁଳି ଦରରେ ବୃଦ୍ଧି ହୋଇ ନଥିବା ନିଗମ ପକ୍ଷରୁ କୁହାଯାଇଛି ।

ବିଜୁଳି ନିୟାମକ ଆୟୋଗରେ ଅଧ୍ୟକ୍ଷ ଏବଂ ୨ ଜଣ ସଦସ୍ୟଙ୍କ ପଦ ଖାଲି ରହିଥିଲା । ତେଣୁ ବିଜୁଳି ଦର ରିଭିଜନ ଉପରେ ବିଚାର କରାଯାଇ ନଥିଲା । ଜେବିଭିଏନଏଲ ତରଫରୁସମକ୍ଷ ଦାଖଲ ତାରିଫ ପିଟିସନରେ ଖର୍ଚ୍ଚ ହୋଇଥିବା ୯୦୦୦ କୋଟିର ସମ୍ଭାବିତ ଆବଶ୍ୟକ କୁହାଯାଇଛି । ତେବେ ନୂଆ ବିଜୁଳି ଦର ଲାଗୁ କରିବା ପୂର୍ବରୁ ବିଭିନ୍ନ ଅଞ୍ଚଳରେ ଜନଶୁଣାଣି ଆୟୋଜିତ କରିବ । ଏହାଦ୍ୱାରା ସାଧାରଣ ଜନତାଙ୍କ ସହିତ ଅନ୍ୟ ନାଗିରକମାନଙ୍କର ମତାମତ ନେବା ପରେ ଦର ନିର୍ଦ୍ଧାରଣ କରିବ ନିଗମ ।

Get real time updates directly on you device, subscribe now.