fbpx
BSKY SKY
BSKY SKY

Dream of Death: ମୃତ୍ୟୁର ସଂକେତ ଦେଇଥାଏ ଏହି ସ୍ୱପ୍ନ: ଆପଣ ଦେଖୁଛନ୍ତି କି ଏହି ସ୍ୱପ୍ନ?

BSKY

ନୂଆଦିଲ୍ଲୀ: ଶୋଇଥିବା ଅବସ୍ଥାରେ ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାନ୍ତି । ପିଲାଠୁ ଆରମ୍ଭ କରି ବୃଦ୍ଧ ସମସ୍ତେ ନିଦରେ କିଛି ଦୃଶ୍ୟ ଦେଖିଥାନ୍ତି, ଯାହା ସେମାନଙ୍କ ସହିତ ଯୋଡି ହୋଇ ରହିଥାଏ । ତେବେ ଏଭଳି କିଛି ସ୍ୱପ୍ନ ପ୍ରାୟତଃ ଭବିଷ୍ୟତରେ ହେବାକୁ ଥିବା ଘଟଣା/ଅଘଟଣ ଉପରେ ସଂକେତ ଦେଇଥାଏ । କିଛି ସ୍ୱପ୍ନ ଆପଣଙ୍କ ମନରେ ଖୁସି ଏବଂ ଆନନ୍ଦ ଭରିଦିଏ ତ ଆଉ କିଛି ସ୍ୱପ୍ନ ଦେଖି ଆପଣ ଭୟରେ ହଠାତ୍ ଚମକି ଉଠନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି ଅଶୁଭ ସଂକେତ ଦେଉଥିବା କିଛି ସ୍ୱପ୍ନ ବିଷୟରେ ।

ସ୍ୱପ୍ନରେ ବଳଦଗାଡି ଦେଖିବା ଭବିଷ୍ୟତରେ ଜୀବନର ପରିସ୍ଥିତି ଖରାପ ହେବାର ସଂକେତ ଦେଇଥାଏ । ସ୍ୱପ୍ନରେ ଘନ ବାଦଲ ଦେଖିବାର ଅର୍ଥ ଆଗକୁ ଥିବା ସଂକଟକୁ ବୁଝାଇଥାଏ । କିନ୍ତୁ ଯଦି ବାଦଲ ବିଛାଇ ହୋଇଯାଏ ଏବଂ ଆକାଶ ନିର୍ମଳ ଥାଏ, ତେବେ ଭବିଷ୍ୟତରେ ଆପଣଙ୍କର ଦୁଃଖଦ ପରିସ୍ଥିତି ଆସିପାରେ ବୋଲି କୁହାଯାଏ । ସେହିପରି ସ୍ୱପ୍ନରେ କାଉ ଦେଖିଲେ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ବିଚାର କରାଯାଏ । ଏହା ଦେଖିବା ଦ୍ୱାରା କାହାର ମୃତ୍ୟୁ ସମାଚାର ଆସିଥାଏ ବୋଲି କୁହାଯାଏ । କଳା ବସ୍ତ୍ରକୁ ସ୍ୱପ୍ନରେ ଦେଖିବାର ଅର୍ଥ ପରିବାର ମଧ୍ୟରେ କେହି ରୋଗଗ୍ରସ୍ତ ହୋଇପାରନ୍ତି । ଶରୀରରେ ରକ୍ତ ବହିବାର ସ୍ୱପ୍ନ ଦେଖିଲେ ଆଗକୁ ଳମ୍ବା ସମୟ ପର୍ଯ୍ୟନ୍ତ ଦେହ ଖରାପ ହୋଇପାରେ । ତେବେ ଯଦି କେହି ବ୍ୟକ୍ତି ନିଜକୁ ଭାଲୁର ପିଛା କରୁଥିବାର ସ୍ୱପ୍ନ ଦେଖନ୍ତି ତେବେ ସେ ନିଜ ଅବହେଳା ଯୋଗୁଁ ବ୍ୟବସାୟରେ କ୍ଷତିର ସାମନା କରିବା ନେଇ ସଂକେତ ଦେଇଥାଏ ।

କୌଣସି ବ୍ୟକ୍ତି ନିଜକୁ ଝଡବର୍ଷାରେ ଡଙ୍ଗା କିମ୍ବା ଜାହାଜରେ ଦେଖିବାକୁ ପାଆନ୍ତି, ତେବେ ଏହା ଦୁର୍ଭାଗ୍ୟର ସାମନା କରିବା ନେଇ ସଂକେତ ଦେଇଥାଏ । ସ୍ୱପ୍ନରେ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟଗ୍ରହଣ ଦେଖଇଲେ ଦୁଃଖମୟ ଜୀବନକୁ ସଂକେତ ଦେଇଥାଏ ଏହି ସ୍ୱପ୍ନ । ହାତରେ ଛପା ହୋଇଥିବା କିଛି ଚିତ୍ରର ଦୃଶ୍ୟ ସ୍ୱପ୍ନରେ ଆସିବାର ଅର୍ଥ ଭବିଷ୍ୟତରେ ବିଶ୍ୱାସଘାତୀ ମିତ୍ରଙ୍କ ସହ ମନମାଳିନ୍ୟ ହୋଇପାରେ । ସ୍ୱପ୍ନରେ କୌଣସି ଧନବାନ ବ୍ୟକ୍ତି ଚଢେଇ ଦେଖିଲେ ଏହା ତାଙ୍କର କାଙ୍ଗାଳ ଏହି ଯିବାର ସଂକେତ ହୋଇଥାଏ ।

Get real time updates directly on you device, subscribe now.