fbpx
BSKY SKY
BSKY SKY

ଏହି ଅଭିନେତାଙ୍କ ହାତ ଧରି ଏୟାରପୋର୍ଟରୁ ବାହାରିଲେ ସୁଜାନ୍ନେ ଖାନ୍: ଦେଖନ୍ତୁ ଭାଇରାଲ ଭିଡିଓ

BSKY

ନୂଆଦିଲ୍ଲୀ: ବଲିଉଡର ଗ୍ରୀକ୍ ଗଡ୍ ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନ୍ନେ ଖାନ୍ ବାଛି ନେଇଛନ୍ତି ନିଜର ନୂଆ ପାର୍ଟନର । ସବା ଆଜାଦଙ୍କ ସହିତ ହ୍ରିତିକ ନିଜର ରିଲେଶନସିପ୍ ବିଷୟରେ ଖୋଲାଖୋଲି କହିନଥିବା ବେଳେ ମଧ୍ୟ ଉଭୟ ହାତ ଧରାଧରି ହୋଇ ବୁଲୁଥିଲେ । ଗୋଟିଏ ଦିନ ପୂର୍ବରୁ ହ୍ରିତିକ୍ ଓ ସବା ଆଜାଦ୍ ହାତ ଧରାଧରି ହୋଇ ବୁଲୁଥିବା ବେଳେ ମୁମ୍ବାଇ ଛତ୍ରପତି ଶିବାଜୀ ବିମାନ ବନ୍ଦରରୁ ବାହାରକୁ ହାତ ଧରାଧରି ହୋଇ ବାହାରିଥିଲେ । ଉଭୟ ପରସ୍ପରକୁ ଡେଟ୍ କରୁଥିବା ନେଇ ମଧ୍ୟ ଖବର ଭାଇରାଲ ହୋଇଥିଲା । ଏହି ଘଟଣାର ଗୋଟିଏ ଦିନ ପରେ ନିଜର ରିଲେଶନସିପରେ ଥିବା ନେଇ ସ୍ପଷ୍ଟ କରିଛନ୍ତି ହ୍ରିତିକଙ୍କ ପୂର୍ବତନ ପତ୍ନୀ ସୁଜାନ୍ନେ ଖାନ୍ ।

ଟିଭି ଅଭିନେତା ଅର୍ସଲାନ୍ ଗୋନିଙ୍କୁ ଡେଟ୍ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି ସୁଜାନ୍ନେ । ଉଭୟ ବୁଧବାର ଦିନ ହାତ ଧରାଧରି ହୋଇ ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ବାହାରକୁ ବାହାରିଥିଲେ । ଉଲ୍ଲେଖଯୋଗ୍ୟ ଅର୍ସଲାନ୍ ହେଉଛନ୍ତି ଟିଭି ଅଭିନେତା ଅଲି ଗୋନୀଙ୍କ ଭାଇ । ଏପରିକି ଏହି ଲଭ ବାର୍ଡ ଦୁଇ ଜଣ ଯାକ ହାତ ଧରାଧରି ହୋଇ ଆସିବା ସହିତ ମିଡିଆ ଆଗରେ ପୋଜ ମଧ୍ୟ ଦେଇଥିଲେ । ସୁଜାନ୍ନେ ସମ୍ପୂର୍ଣ୍ଣ ବ୍ଲାକ୍ ଆଉଟ୍ଫିଟରେ ନଜର ଆସିଥିବା ବେଳେ ଅର୍ସଲାନ୍ ଏକ କ୍ରିମ କଲରର ଟି ସାର୍ଟ ପିନ୍ଧିଥିଲେ । ଭିଡିଓ…..

 

View this post on Instagram

 

A post shared by Viral Bhayani (@viralbhayani)

ମଙ୍ଗଳବାର ରାତିରେ ହ୍ରିତିକ୍ ଏବଂ ସବା ଆଜାଦ୍ ମଧ୍ୟ ସମାନ ଢଙ୍ଗରେ ହାତ ଧରାଧରି ହୋଇ ନଜର ଆସିଥିଲେ । ହ୍ରିତିକ୍ ଏକ ଧଳା ଟି ସାର୍ଟରେ ନଜର ଆସିଥିବା ବେଳେ ସବା ଜିନ୍ସ ଓ ଟପରେ ନଜର ଆସିଥିଲେ । ଦେଖନ୍ତୁ ହ୍ରିତିକ୍ ଓ ସବାଙ୍କ ଭିଡିଓ….

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.