fbpx

କେରଳ ପରେ ୟୁପିରେ ଜିକା ଭାଇରସ ଚିହ୍ନଟ, ଜାଣନ୍ତୁ କେତେ କ୍ଷତିକାରକ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏହାରି ମଧ୍ୟରେ ଆଉ ଏକ କ୍ଷତିକାରକ ଭାଇରସ୍ ଚିନ୍ତା ବଢ଼ାଇଲାଣି । କେରଳ ପରେ ଏବେ ଉତ୍ତରପ୍ରଦେଶ ବି ଜିକା ଭାଇରସର ମାମଲା ସାମ୍ନାକୁ ଆସିବାରେ ଲାଗିଛି । କାନପୁରର ଏକ ଏୟାରଫୋର୍ସ କର୍ମଚାରୀଙ୍କ ଠାରେ ଏହି ଭାଇରସ୍ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବାୟୁସେନାର ଜଣେ ଅଧିକାରୀଙ୍କର ଜିକା ଭାଇରସର ପରୀକ୍ଷଣ କରାଯାଇଥିଲା । ପରୀକ୍ଷାରେ ସେ ଜିକା ଭାଇରସରେ ସଂକ୍ରମିତ ଥିବା ଜଣାପଡିଲା ।

ତେବେ କିଛି ଦିନ ହେବ ସେ ଜ୍ୱରରେ ପୀଡିତ ଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଧିକାରୀଙ୍କଠାରେ ଅନେକ ରହସ୍ୟମୟୀ ଲକ୍ଷଣ ଦେଖାଦେଇଥିଲା । ଏହା ପରେ ତାଙ୍କ ରକ୍ତ ନମୂନା ପୁଣେକୁ ଯାଞ୍ଚ ପାଇଁ ପଠାଯାଇଥିଲା । ସେଠାରେ ଅଧିକାରୀ ଜିକା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଲା । ଏହା ସହ ତାଙ୍କ ସମ୍ପର୍କରେ ଆସିଥିବା ୨୨ ଜଣଙ୍କର ନମୂନା ବି ଟେଷ୍ଟ ପାଇଁ ପଠାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ହାଇଲେବଲ ଟିମ୍ କାନପୁରକୁ ଯାଇ ଯାଞ୍ଚ କରିବାରେ ଲାଗିଛନ୍ତି ।

ଜିକା ଭାଇରସ୍ କିପରି ବିସ୍ତାର ହୁଏ
ଜିକା ଭାଇରସ୍ ଏଡିଜ୍ ମଶା ଦ୍ୱାରା ବିସ୍ତାର ହୁଏ । ଏହି ମଶାମାନେ ଡେଙ୍ଗୁ ଏବଂ ଚିକନଗୁନିଆ ବିସ୍ତାର କରନ୍ତି । ଏପରି ମଶା ସମଗ୍ର ଦେଶରେ ବହୁ ସଂଖ୍ୟାରେ ଦେଖିବାକୁ ମିଳେ । ଏହି ମଶାମାନେ ଜିକା ଭାଇରସକୁୁ ବିସ୍ତାର କରିପାରନ୍ତି । ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହେବା ଆବଶ୍ୟକ । ଯଦିଓ ଜିକା ସଂକ୍ରମଣର ଲକ୍ଷଣ ଅତି ମୃଦୁ, କିନ୍ତୁ ଏଥିରେ ଜ୍ୱର, ମାଂସପେଶୀ ଯନ୍ତ୍ରଣା, ଶରୀରର ଦାଗ ଏବଂ ଥକାପଣ ଅନ୍ତର୍ଭୁକ୍ତ ହୋଇପାରେ । ତେବେ ଜୀବାଣୁ ରୋକିବା ପାଇଁ କୌଣସି ଟିକା ନାହିଁ।

Get real time updates directly on you device, subscribe now.