୨୯ ମାର୍ଚ୍ଚ ପରେ ଏହି ରାଶିଙ୍କର ବଢିଯିବ ବିପଦ, ମୀନ ରାଶିରେ ଲମ୍ପଟ ଯୋଗ ସାଜିପାରେ ଘାତକ
୨୯ ମାର୍ଚ୍ଚ ପରେଏହି ରାଶିଙ୍କର ସମସ୍ୟା ବଢାଇବ ମୀନ ରାଶିରେ ଲମ୍ପଟ, ଜାଣନ୍ତୁ
ଓଡ଼ିଶା ଭାସ୍କର: ଶୁକ୍ର ଗ୍ରହ ବର୍ତ୍ତମାନ ମୀନ ରାଶିରେ ବିରାଜମାନ । ମେ ୩୧ ତାରିଖ ପର୍ଯ୍ୟନ୍ତ ଶୁକ୍ର ଏହି ରାଶିରେ ରହିବେ ଏବଂ ଏହାପରେ ମେଷ ରାଶିରେ ଗୋଚର କରିବେ ।
ଶୁକ୍ରଙ୍କ ସହ ରାହୁ ଗ୍ରହ ମଧ୍ୟ ଏହି ସମୟରେ ମୀନ ରାଶିରେ ରହିବେ । ଏହି ଦୁଇ ଗ୍ରହଙ୍କର ଗୋଟିଏ ରାଶିରେ ଉପସ୍ଥିତ ରହିବା ଯୋଗକୁ ଲମ୍ପଟ ଯୋଗ କୁହାଯାଇଥାଏ ।
ତେବେ ଆସନ୍ତୁ ଜାଣିବା କେଉଁ ରାଶି ଏଥିରେ ସମସ୍ୟା ଭୋଗିବେ..
ମେଷ: ଲମ୍ପଟ ଯୋଗ ଆପଣଙ୍କର ବୈବାହିକ ଜୀବନରେ ପ୍ରଭାବ ପକାଇପାରେ । ପରିବାର ଲୋକେ ମଧ୍ୟ ଆପଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବେ । ଆପଣଙ୍କର ମୁଣ୍ଡ ସ୍ଥିର ରହିବ ନାହିଁ ।
ସେଥିପାଇଁ ପ୍ରେମ କ୍ଷେତ୍ରରେ ହେଉ କି ଚାକିରି କ୍ଷେତ୍ରରେ ହେଉ, ଆପଣ ଅସୁବିଧା ଭୋଗିବାକୁ ଯାଉଛନ୍ତି । ଏଥିପାଇଁ ଆପଣ ଭଗବାନ ଶିବ ଏବଂ ହନୁମାନଙ୍କୁ ପୂଜା କରନ୍ତୁ, ଶୁଭଫଳ ପାଇବେ ।
ସିଂହ: ଲମ୍ପଟ ଯୋଗ ଏହି ରାଶିର ଅଷ୍ଟମ ଭାଗରେ ହେବ । ଏହି ସମୟରେ ଆପଣ କୁସଙ୍ଗତ କରିପାରନ୍ତି । ଏହା ଆପଣଙ୍କ ଜୀବନରେ ସମସ୍ୟା ଆଣିବ । ଏହି ସଙ୍ଗତରେ ଆପଣ ଟଙ୍କା ଏବଂ ସମୟ ବର୍ବାଦ କରିବେ ।
ପ୍ରେମ ସମ୍ବନ୍ଧରେ ଆପଣ ବିଫଳ ହୋଇପାରନ୍ତି । ଆପଣଙ୍କ କ୍ରୋଧ ପାଇଁ ଆପଣଙ୍କ ପରିବାରରେ ଝଗଡ଼ା ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ ଆପଣ କଥା ହେବା ସମୟରେ ଭାବିଚିନ୍ତି କଥା ହେବା ଆବଶ୍ୟକ । ଏହି ସମୟରେ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ ।
ତୁଳା: ଆପଣଙ୍କ ଶତ୍ରୁ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । କାହା ଉପରେ ଅଧିକ ଭରଷା କରନ୍ତୁ ନାହିଁ । ଲମ୍ପଟ ଯୋଗ ଯୋଗୁଁ ଆପଣଙ୍କର ବୈବାହିକ ଏବଂ ପ୍ରେମ ସଂପର୍କ ଖରାପ ହୋଇପାରେ ।
ପୋଲିସ ମାମଲାରେ ମଧ୍ୟ ଆପଣ ଥାନାକୁ ଯାଇପାରନ୍ତି । ଏଥିପାଇଁ ଏହି ସମୟରେ ଗ୍ରାମ ଦେବତୀଙ୍କୁ ପୂଜା କରନ୍ତୁ । ଦେଖିବେ ସବୁ ଦୁଃଖ ହୋଇଯିବ ଦୂର ।