fbpx

ଥାନାରୁ ଫେରିବା ପରେ ଏଭଳି ତଥ୍ୟ ରଖିଲେ ହ୍ୟୁମାନ; ହସି ହସି କହିଲେ ସବୁ ମିଛ,ଲଭ ୟୁ ଅଲ୍

କଟକ:ଥାନାରୁ ଫେରିବା ପରେ ମତ ରଖିଲେ ସିଙ୍ଗର ହ୍ୟୁମାନ ସାଗର । କହିଲେ ଏହି ଅଭିଯୋଗ ବିଷୟରେ ମୁଁ କିଛି ଜାଣି ନଥିଲି । ମୋତେ କେବଳ ପୋଲିସ ଙ୍କ ନିକଟରୁ ସମନ ପାଇଁ ନୋଟିସ ଆସିଥିଲା । ଯାହା ପାଇଁ ମୁଁ ଏଠାରେ ପହଞ୍ଚିଲି । ତେବେ ତାଙ୍କ ଉପରେ ଯେଉଁ ସବୁ ଅଭିଯୋଗ ଲଗାଯାଇଥିଲା ତାହା ସମ୍ପୂର୍ଣ୍ଣ ମିଛି ବୋଲି ସେ କହିଛନ୍ତି ।

ସିଙ୍ଗର ହ୍ୟୁମାନ ସାଗର ଆହୁରି ମଧ୍ୟ କହିଛନ୍ତି ଯେ ଲଭ ୟୁ ଅଲ୍ । ଆପଣମାନଙ୍କ ଭଲପାଇବା ମୋ ସହ ରହିଛି । ମୋର ୧୦ ଲକ୍ଷ ଟଙ୍କା କଣ ହେବ,ମୁଁ କମ କରିବି । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ମୋ ମର୍ଡରର ନୁହେଁ ଯେ ମୋ ପତ୍ନୀଙ୍କୁ ମାଡ ମାରିବି ଏଥିସହିତ ମୁଁ ସବୁ ଧର୍ମକୁ ବହୁତ ଭଲପାଏ । ତେଣୁ ମୁଁ କେବେ ବି ଧର୍ମ ପରିବର୍ତ୍ତନ କରିବାକୁ କହିନାହିଁ । ତେବେ ହ୍ୟୁମାନ ଏହା ମଧ୍ୟ କହିଛନ୍ତି ଯେ ସବୁ ସମସ୍ୟାର ସମାଧାନ ହେବ । ଏଥିପାଇଁ ତାଙ୍କ ଓକିଲ ୨ ଦିନ ସମୟ ନେଇଥିବା ଜଣା ପଡିଛି ।

ସୂଚନାମୁତାବକ ହ୍ୟୁମାନଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ୟାତନା ଦିଅନ୍ତି । ଏଥିସହିତ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପାକଇବା ସହ ଯୌତୁକ ନିର୍ଯାତନା ମଧ୍ୟ ଦେଉଥିଲେ । ଯାହାକୁ ନେଇ ସେ ମହିଳା ଥାନାରେ ଅବିଯୋଗ କରିଛନ୍ତି । ତେବେ ହ୍ୟୁମାନଙ୍କ ବିବାହ ପ୍ରେମ ବିବାହ ହେଇଥିଲା ଏହା ସହିତ ସେ ଅନ୍ୟ ଜାତିରେ ମଧ୍ୟ ବିବାହ କରିଛନ୍ତି । ଏହି ଦମ୍ପତିଙ୍କ ଗୋଟେ ସନ୍ତାନ ମଧ୍ୟ ରହିଛି । ଦୀର୍ଘ ଚାରି ମାସ ହେବ ଦୁହେଁ ଅଲଗା ରହୁଥିବାର ମଧ୍ୟ ସୂଚନା ମିଳିଛି । ତେବେ ଏହି ଘଟଣା ପଛରେ କାରଣ କଣ ରହିଛି ତାହା ଖୁବ ଶୀଘ୍ର ଜଣା ପଡିବ ବୋଲି ସୂଚନା ମିଳୁଛି ।

Get real time updates directly on you device, subscribe now.