୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ଶରୀରରେ ଅନେକ ପରିବର୍ତ୍ତନ ଆସିବା ଆରମ୍ଭ ହୁଏ। ଚର୍ମ ସଙ୍କୁଚିତ ଦେଖାଯିବା ଆରମ୍ଭ ହୁଏ, ମୁହଁର ଚମକ କମିବାକୁ ଲାଗେ ଏବଂ ହାଡ଼ ମଧ୍ୟ ପୂର୍ବ ପରି ମଜବୁତ ନଥାଏ। ଏହାର ଏକ ପ୍ରମୁଖ କାରଣ ହେଉଛି କୋଲାଜେନର ଅଭାବ। ଶରୀରର ବୟସ ବଢ଼ିବା ସହିତ, କୋଲାଜେନ ହ୍ରାସ ପାଇବାକୁ ଲାଗେ ଏବଂ ଅନେକ ସମସ୍ୟା ଦେଖାଦେବାକୁ ଲାଗେ।
ଯଦି ଆପଣ ଆପଣଙ୍କ ଖାଦ୍ୟରେ କିଛି ଫଳ ସାମିଲ କରନ୍ତି, ତେବେ ଶରୀରରେ କୋଲାଜେନର ଅଭାବ ରହିବ ନାହିଁ। ଏହା ଆପଣଙ୍କ ତ୍ୱଚାକୁ ସୁନ୍ଦର ଏବଂ ଟାଇଟ ରଖିବ। ପ୍ରତିଦିନ ଏହି ଫଳଗୁଡ଼ିକ ଖାଇବା ଦ୍ୱାରା ବୟସ ଯେକୌଣସି ହେଉନା କାହିଁକି, ଆପଣଙ୍କ ଚର୍ମ ଏବଂ ସ୍ବାସ୍ଥ୍ୟ ଉଭୟ ଚମକଦାର ରହିବ।
କମଳା:
କମଳା ହେଉଛି ଭିଟାମିନ ସି’ର ରାଜା। ଏହି ଭିଟାମିନ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ, ଯାହା କୋଲାଜେନ ତିଆରି ପାଇଁ ସବୁଠାରୁ ଆବଶ୍ୟକ। ଏହା ତ୍ୱଚାକୁ ଟାଇଟ୍, ଉଜ୍ଜ୍ୱଳ ଏବଂ ଯୁବକ କରିଥାଏ। ପ୍ରତିଦିନ ଗୋଟିଏ କମଳା ଖାଇବା ଦ୍ୱାରା ଆପଣଙ୍କ କୁଞ୍ଚନ ଦୂର ହେବ।
ପିଜୁଳି:
ପିଜୁଳି ଏକ ସୁପରଫୁଡ୍। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି’ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଛି। ଏହା ଶରୀରରେ କୋଲାଜେନ ଉତ୍ପାଦନ ବୃଦ୍ଧି କରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଶକ୍ତିଶାଳୀ କରିଥାଏ। ଏହାକୁ ଆପଣଙ୍କ ସକାଳ କିମ୍ବା ସନ୍ଧ୍ୟାରେ ଖାଦ୍ୟରେ ସାମିଲ କରନ୍ତୁ।
ବେରି:
ବ୍ଲୁବେରି, ଷ୍ଟ୍ରବେରି, ବ୍ଲାକବେରି ଭଳି ବେରିକୁ ବାର୍ଦ୍ଧକ୍ୟ ବିରୋଧୀ ଫଳ କୁହାଯାଏ। ଏଥିରେ ଏଲାଜିକ ଏସିଡ୍ ଏବଂ ଆନ୍ଥୋସାୟାନିନ ଥାଏ, ଯାହା ଚର୍ମକୁ କ୍ଷତିରୁ ରକ୍ଷା କରେ ଏବଂ କୋଲାଜେନକୁ ସୁରକ୍ଷା ଦିଏ।
ଅମୃତଭଣ୍ଡା:
ଅମୃତଭଣ୍ଡା ହେଉଛି କୁଞ୍ଚନର ଶତ୍ରୁ। ଏଥିରେ ଭିଟାମିନ ଏ, ସି ଏବଂ ଇ ରହିଛି, ଯାହା ଚର୍ମ ମରାମତିରେ ସାହାଯ୍ୟ କରେ। ଏହା ମୁକ୍ତ ରାଡିକାଲ୍ସ ସହିତ ଲଢ଼ିଥାଏ ଏବଂ କୋଲାଜେନ ଭାଙ୍ଗିବାକୁ ରୋକିଥାଏ। ପ୍ରତିଦିନ ସକାଳେ ଟିକେ ଅମୃତଭଣ୍ଡଶ ଖାଇବା ତ୍ୱଚା ପାଇଁ କୌଣସି ବରଦାନଠାରୁ କମ୍ ନୁହେଁ।
କି୍ୱି
ଏକ ସୁପରଫ୍ରୁଟ୍ ଯାହା କେବଳ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ। ଏଥିରେ ଭିଟାମିନ ସି’ ବହୁତ ଅଧିକ ପରିମାଣରେ ଥାଏ। ଏହା ଚର୍ମକୁ ଯୁବା ରଖିବା ଏବଂ କୋଲାଜେନ ଉତ୍ପାଦନରେ ବହୁତ ପ୍ରଭାବଶାଳୀ। ଏହି ଫଳଗୁଡ଼ିକ ବ୍ୟତୀତ କୋଲାଜେନ ପାଇଁ ହାଇଡ୍ରେସନ ମଧ୍ୟ ଆବଶ୍ୟକ। ତେଣୁ ପ୍ରଚୁର ପାଣି ପିଅନ୍ତୁ ଯାହା ଦାରା ଚର୍ମ ହାଇଡ୍ରେଟେଡ୍ ରହିବ ଏବଂ କୋଲାଜେନ ଭଲ ଭାବରେ କାର୍ଯ୍ୟ କରିପାରିବ।