fbpx

ସୁରକ୍ଷାକର୍ମୀଙ୍କ ହାତରେ ମାଓନେତାଙ୍କର ଜୀବନ ଯିବା ପରେ ଭୟରେ ଦଳଛାଡି ସରେଣ୍ଡର କରିବାକୁ କହିଲେଣି ମାଓବାଦୀ

ରାୟଗଡ଼ା: ମାଓନେତାଙ୍କ ମୃତ୍ୟୁକୁ ଦେଖି ଡରିଗଲେଣି ଅନ୍ୟ ମାଓବାଦୀ। ମୃତ୍ୟୁ ଭୟରେ ଦଳ ଛାଡି ଦେଲେଣି ଛତ୍ରଭଙ୍ଗ। ଦଳରୁ ଓହରି ଆସି ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଲଗାଇଲେ ପୋଷ୍ଟର। ଗତ ୪ ତାରିଖରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍ ମାଓବାଦୀ ଦସୁରୁଙ୍କ ମୃତ୍ୟୁ। ଯିଏକି କେକେବିଏନ୍ ମାଓସଙ୍ଗଠନର ଡିଭିଜନାଲ କମାଣ୍ଡର ଥିଲା। ୨୦ ବର୍ଷ ଧରି ଲାଲବାହିନୀରେ ସକ୍ରିୟ ଥିବା ବେଳେ ଅନେକ ଜଣଙ୍କ ଜୀବନ ମଧ୍ୟ ନେଇଛି । ତାକୁ କାବୁ କରିବା ପାଈ ଅନେକ ଚେଷ୍ଟା ପରେ ତାକୁ ଧରିବାରେ ସଫଳ ହେଉନôତବା ବେଳେ ତାର ମୁଣ୍ଡ ପାଇଁ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଆଉ ସେଦିନ ସୁରକ୍ଷାକର୍ମୀଙ୍କ ଗୁଳିରେ ମୋଷ୍ଟୱାଣ୍ଟଡ ଦସୁରୁର ମୃତ୍ୟୁ ହେବା ଘଟଣା ଓଡିଶା ପାଇଁ ବଡ଼ ସଫଳତା ଥିବା ବେଳେ ସେପଟେ ଏହି ଘଟରାରେ ଅନ୍ୟବାଦୀଙ୍କ ଛାତିରେ ଯେମିତି ଛନକା ପଶି ଯାଇଛି ।

ଏଥିସହିତ ଗୋଟିଏ ପରେ ଗୋଟିଏ ସୁରକ୍ଷାମର୍କୀଙ୍କୁ ସଫଳତା ମିଳିବା ଯେମିତି ମାଓ କ୍ୟାମ୍‌ପରେ ପଶି ମାଓ ସାମଗ୍ରୀ ଉପରେ ଚଢାଉ ଏବଂ ସୁରକ୍ଷାକର୍ମୀଙ୍କୁ ମାରିବାର ପାଇଁ ରଚିଥିବା ମୃତ୍ୟୁ ଜାଲକୁ ଯବାନ ଏବଂ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିଷକ୍ରିୟ କରିବା , ବାରମ୍ବାର ମାଓବାଦୀଙ୍କର ସବୁ କୁଟ ଚକ୍ରାନ୍ତ ଭଣ୍ଡୁର ହେବା ପରେ ଯାଇଛନ୍ତି ଅନ୍ୟ ମାଓବାଦୀମାନେ। ଏବେ ଦଳ ଛାଡି ଛତ୍ରଭଙ୍ଗ ଦେବାରେ ଲାଗିଲାଣି । ଯବାନଙ୍କୁ ଦେଖିଲେ ଭୟରେ ଛାତି ଥରି ଉଠିଛି ମାଓବାଦୀମାନଙ୍କ ତେଣୁ ମାଓବାଦୀ ଦଳରୁ ଓହରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଷ୍ଟର ଲଗାଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷପାଲି ପଞ୍ଚାୟତ ସଦର ମହକୁମାଠାରୁ ମାଓବାଦୀ ରୁ ଓହରି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ପୋଷ୍ଟର ଆଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଓଡିଶା ଏକ ଶାନ୍ତିପୂର୍ଣ୍ଣ ଭାଇଚାରାର ରାଜ୍ୟ। ଅଳ୍ପରେ ସନ୍ତୁଷ୍ଟ ହେବା ଓ ପରୋପକାର କରିବା ଲୋକଙ୍କ ନୀତି। ବିଭିନ୍ନ ରାଜ୍ୟ ତଥା ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ର ବିଭିନ୍ନ ଅଞ୍ଚଳରୁ କିଛି ଦୃଷ୍ଟ ପ୍ରକୃତିର ଲୋକ ଏଠାକୁ ଆସି ନିଜକୁ ମାଓବାଦୀ କହି ଟଙ୍କା ପଇସା ଲୁଟିବା ସହିତ ଅମାନବିକ ଭାବରେ ଲୋକଙ୍କୁ ହତ୍ୟା କରି ଚାଲିଛନ୍ତି। ଉପାନ୍ତ ଅଞ୍ଚଳରେ ସବୁ ପ୍ରକାର ଉନ୍ନତି କାମରେ ବାଧା ଦେଉଛନ୍ତି।

ଓଡ଼ିଶାର ଲୋକ ମାନେ ଦଳରେ ସାମିଲ ହେବାକୁ ଚାହୁଁନାହାନ୍ତି। ଅମର ଓଡ଼ିଆ ଭାଇ ନିଖିଲ ଓରଫ ଶିବାଜୀ ଓରଫ ପ୍ରକାଶ ଓରଫ ନିରଞ୍ଜନ ରାଉତ ଓ ଓଡ଼ିଆ ଭଉଣୀ ଅଙ୍କିତା ଓରଫ ଇନ୍ଦୁ ଓରଫ ରଶ୍ମିତା ଲେଙ୍କାଙ୍କୁ ଆହ୍ୱାନ କରାଯାଉଛି ଦଳ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ଲେଖିବା ସହ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ସୁବିଧା ସହଯୋଗ ଗ୍ରହଣ ପୂର୍ବକ ନିଜର ବିବେକାନୁମୋଦିତ ନ୍ୟାୟ ପଥରେ ନିଜ ରାଜ୍ୟର ଉନ୍ନତି ରେ ସହଯୋଗର ହାତ ବଢ଼ାଇବା ପାଇଁ ଉଲ୍ଲେଖ କରାଯାଇଛି। ଶେଷରେ ଭାରତ ଓ ସମୃଦ୍ଧ ଓଡିଶା ସଭ୍ୟ ବୃନ୍ଦ ବୋଲି ଉଲ୍ଲେଖ ରହିଛି ।

Get real time updates directly on you device, subscribe now.